ଖଳନାୟକ ହନୁମାଙ୍କଡ

ଫୋକସ ପ୍ଲସ(କଙ୍କଡ଼ାହାଡ଼)୨୮/୦୮/୨୦୨୨: କିଛି ଦିନ ହେବ ଏକ ହନୁ ମାଙ୍କଡ଼ ଲୋକଙ୍କୁ ନାକେଦମ କରୁଥିଲା |ଯୁଆଡେ ଗଲେ ଖାଲି ତାରି ଭୟ |କାମୁଡ଼ା ଆମ୍ପୁଡା କରି ଲୋକଙ୍କୁ ବେହାଲ କରୁଥିଲା |ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ୍ ଅଧିନସ୍ଥ ଟାଙ୍କୋଳ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମରେ ହନୁ ପାଇଁ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଥିଲା |ଶେଷରେ ବନ ବିଭାଗ ହାତରେ ଆଜି ଧରା ପଡିଛି ଅଞ୍ଚଳବାସୀଙ୍କ ପାଇଁ ଖଳନାୟକ ସାଜିଥିବା ହନୁ ମାଙ୍କଡ | ମାଙ୍କଡ କାମୁଡ଼ାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି |ଟାଙ୍ଗୀ ବନ ବିଭାଗ ଏକ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ ମାଙ୍କଡଟିକୁ କାବୁ କରିବାରେ ସଫଳ ହୋଇଥିଲା |ମାଙ୍କଡ ଟି ପାଗଳ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | କାବୁ କରିବା ପରେ ଖଳନାୟକ ହନୁ ମାଙ୍କଡ଼ କୁ ଚିକିତ୍ସା ପରେ ନନ୍ଦନକାନନରେ ଛାଡି ଦିଆଯିବ ବୋଲି ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି ।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *