ଖାକୀ ପୋଷାକ ତଳେ ମହାନ ବ୍ୟକ୍ତିତ୍ୱ

ଫୋକସ ପ୍ଲସ ୧୦/୬/୨୨ (କଟକ):କଟକ ବାରବାଟି ରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିତୀୟ ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଜୁନ ୧୨ ତାରିଖରେ ସ୍ଥିର  କରାଯାଇଛି ମ୍ୟାଚ | ତେବେ ମ୍ୟାଚ ଦେଖିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ଊତ୍ସହ ଦେଖିବାକୁ ମିଳିଛି | ଉଭୟ ଅନଲାଇନ ଓ ଅଫଲାଇନ ରେ ଟିକେଟର ବେଶ ଚାହିଦା ରହିଛି |ଅନଲାଇନରେ ପାଞ୍ଚ ହଜାର ଟିକେଟ ବିକ୍ରି ହୋଇସାରିଥିବା ବେଳେ |OCL କର୍ତ୍ତୃପକ୍ଷଙ୍କ ତରଫରୁ 12000 ଅଫଲାଇନ ଟିକେଟ ରହିଛି |ଅଫଲାଇନ ଟିକେଟ ପାଇଁ ଯୁବପିଢିଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବଳୁ ମିଳିଛି |ଖରା ତରାରେ ଠିଆ ହୋଇ ଟିକେଟ ପାଇଁ ଆଶାୟୀ ହୋଇ ରହିଛନ୍ତି  ଯୁବପିଢ଼ି |ସେହି ସମୟରେ ସାମ୍ନା କୁ ଆସିଥିଲା ଏକ ଆଖି ଝଲସିଲା ଭଳି ଦୃଶ୍ୟ |ଟିକେଟ ପାଇଁ  ଚାତକ ଭଳି ଚାହିଁ ରହିଥିବା ଆଶାୟୀ ମାନଙ୍କୁ ପିଇବା ପାଇଁ ପାଣି ଦେଉଥିଲେ ଜଣେ ଖାକୀ ବର୍ଦ୍ଧିରେ ଥିବା ପୋଲସ କର୍ମଚାରୀ |କୌଣସି ସାଧାରଣ କର୍ମଚାରୀ ନଥିଲେ ବ୍ୟକ୍ତିତ୍ୱ ଜଣଙ୍କ, ଖୋଦ କଟକର ଡିସିପି ପିନାକ ମିଶ୍ର ଜଣ ସାଧାରଣଙ୍କ ଗହଣରେ ଆସି ପିଇବାକୁ ପାଣିଦେଉଥିବା ଦୃଶ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି | ତାଙ୍କର ଏହିଭଳି କାର୍ଯ୍ୟରେ ତାଙ୍କର ମହାନ ବ୍ୟକ୍ତିତ୍ୱ ସ୍ପଷ୍ଟ ଭାବେ ବାରି ହୋଇପଡୁଛି |

Leave a Reply

Your email address will not be published. Required fields are marked *