ଖୁଦୁରକୁଣୀ ମେଢ ଭାଙ୍ଗିଲେ ଅସାମାଜିକ ଯୁବକ

ଫୋକସ ପ୍ଲସ(ଜଗତପୁର)୦୫/୦୯/୨୦୨୨: ଖୁଦୁରକୁଣୀ ଓଷାର ଥିଲା ଶେଷ ପାଳି। ଝିଅ ମାନଙ୍କ ମନରେ ରହିଥିଲା ବେଶ୍ ଉତ୍ସାହ। କିନ୍ତୁ ସବୁକିଛି ବିଗାଡି ଦେଲେ କେତେକ ଅସାମାଜିକ ବ୍ୟକ୍ତି। ଏଭଳି ଏକ ଘଟଣା ଘଟିଛି ଜଗତପୁର ଥାନା ଅନ୍ତର୍ଗତ ତ୍ରିନାଥ ସାହି ଆଦିବାସୀ ବସ୍ତିରେ। ରବିବାର ଏହି ସାହିର ମଧ୍ୟ ଗଣେଶ ଭସାଣୀ ଉତ୍ସବ ଚାଲୁଥିଲା।ସେହି ସମୟରେ ବସ୍ତିର ଝିଅ ବୋହୂ ମାନଙ୍କୁ ଗାଳି ଗୁଲଜ କରାଯାଇଥିବା ଅଭିଯୋଗ କରିଛନ୍ତି ସାହି ମୂରବୀ ବାବୁଲି ସାହୁ।ଏଭଳି ଘଟଣା ପରେ ଶେଷ ପାଳିରେ ଝିଅ ମାନେ ଖୁଦୁରକୁଣୀ ଓଷା କରି ପାରି ନ ଥିବା କହିଛନ୍ତି। ଗଣେଶ ପୂଜା ପାଇଁ ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ କିଛି ଯୁବକ।ଯାହାକୁ ପୁଲିସ୍ ସମ୍ପୂର୍ଣ୍ଣ ଭାବେ ବେଆଇନ୍ ଘୋଷଣା କରିଛି। କିନ୍ତୁ ଏହି ବସ୍ତିରେ ଆଦିବାସୀ ସଂପ୍ରଦାୟର ଲୋକେ ଏତେ ଟଙ୍କା ଚାନ୍ଦା ଦେବାକୁ ଅକ୍ଷମ ପ୍ରକାଶ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଭସାଣୀ ସମୟରେ କେତେକ ଅସାମାଜିକ ଯୁବକ ଏଭଳି ଘଟଣା ଘଟାଇଛନ୍ତି। ନ୍ୟାୟ ପାଇଁ ବସ୍ତି ଲୋକେ ଏବେ ଜଗତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯଦି ପୁଲିସ୍ ସେମାନଙ୍କୁ ନ୍ୟାୟ ଦେବନି,ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବେ ବୋଲି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।

ଜଗତପୁରରୁ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *