ମୁମ୍ବାଇ22/11/2023; ଖୁବ୍ଶୀଘ୍ର ବିଶ୍ବର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ ଟେସ୍ଲା ଭାରତ ଆସିପାରେ। କଂପାନି ସହ ସରକାର କରୁଥିବା ଆଲୋଚନା ସକାରାତ୍ମକ ଦିଗରେ ଗତି କରୁଛି। କଂପାନି ଆସନ୍ତା ବର୍ଷଠାରୁ ଏହାର କାର୍ଗୁଡ଼ିକୁ ଭାରତକୁ ପଠାଇ ବିକ୍ରି କରିବ। ଆସନ୍ତା ଦୁଇ ବର୍ଷ ଭିତରେ ଟେସ୍ଲା ଭାରତରେ ଏହାର କାରଖାନା ସ୍ଥାପନ କରିବ । କଂପାନି ଗୁଜରାଟ, ମହାରାଷ୍ଟ୍ର କିମ୍ବା ତାମିଲନାଡ଼ୁ ମଧ୍ୟରୁ ଯେକୌଣସି ସ୍ଥାନରେ କାରଖାନା ସ୍ଥାପନ କରିବ। କାରଖାନା ସ୍ଥାପନରେ କଂପାନି ୨୦୦ କୋଟି ଡଲାର ନିବେଶ କରିବ।