ଫୋକସ ପ୍ଲସ 10/10/22(କୋଣାର୍କ): କୋଣାର୍କ ରୁ ଭୁବନେଶ୍ଵର ୭୦,୭୧ ନମ୍ବରର ଚାରୋଟି ମୋ ବସ ସେବା ଚଳାଚଳ କରୁଥିବା ବେଳେ ବିଭିନ୍ନ ସମୟରେ ଘରୋଇ ବସ ପକ୍ଷରୁ ମୋ ବସ କୁ ବନ୍ଦ କରିବା,ଅଟକ ରଖିବା ପରେ ଢେଲାମାଡ କରିବା ଘଟଣାରେ ଗତ ୪ଦିନ ହେବ ୭୧ ନମ୍ବରଟିକୁ କୋଣାର୍କ ଆସୁ ନାହିଁ। ଫଳରେ ଦେଶ ବିଦେଶର ପର୍ଯ୍ୟଟକ ସହ ସ୍ଥାନୀୟ ପର୍ଯ୍ୟଟକ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ମୋ ବସର ସେବା ବହୁତ ଭଲ ଥିବା ବେଳେ ସଠିକ୍ ସମୟରେ କୋଣାର୍କ ରୁ ଭୂବନେଶ୍ୱର ପହଞ୍ଚୁଥିବା କୁହନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା।
ଗୋଟିଏ ପଟେ ଘରୋଇ ବସ ଚଳାଚଳ ଯୋଗୁଁ ଯାତ୍ରୀ ମାନଙ୍କୁ ବହୁତ ଅସୁବିଧା ହେବା ସହ ସଠିକ୍ ସମୟରେ ଯାତ୍ରୀ ନପହଞ୍ଚିବା ହେଉ ବା ସାଧାରଣ ଲୋକମାନଙ୍କୁ ଘରୋଇ ବସ ର ଡ୍ରାଇଭର ଓ ହେଲପର ଦୃବେବହାର ଦେଖାଇବା ଯୋଗୁଁ ଯାତ୍ରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଗୃହରାଷ୍ଟ ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ମନ୍ତ୍ରୀ ତୁଷାର କାନ୍ତି ବେହେରା କୋଣାର୍କ ଅଞ୍ଚଳ ବାସିନ୍ଦା ଙ୍କ ଅଭିଯୋଗ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ୭୧ ନମ୍ବର ମୋ ବସ୍ କିପରି ଆସି ସାଧାରଣ ଯାତ୍ରୀ ଓ ଭିନ୍ନକ୍ଷମ ମାନଙ୍କ ସେବାରେ ଲଗିବ ସେଥିପାଇଁ ଚେଷ୍ଟା କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।
ଦେଖିବାକୁ ବାକି ରହିଲା ବରମୁଣ୍ଡା ରୁ ଚଳାଚଳ କରୁଥିବା ମୋ ବସ୍ ସେବା କୋଣାର୍କ ବାସିନ୍ଦା ଓ ସୂର୍ଯ୍ୟ ମନ୍ଦିର ବୁଲିଆସୁଥିବା ପର୍ଯ୍ୟଟକ କେବେ ପାଉଛନ୍ତି। ନା ରାଜ୍ୟ ସରକାରଙ୍କ ଗୃହରାଷ୍ଟ ମନ୍ତ୍ରୀ ଦେଇଥିବା କଥା ପାଣିର ଗାର ହେଉଛି।
ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ୍