ଖେମୁଣ୍ଡିଗଡ଼ ଠାରେ ବିଦ୍ୟୁତ ଫିଡ଼ର ଶିଳାନ୍ୟାସ

ଫୋକସ ପ୍ଲସ(କଣ୍ଟାମାଳ)୧୫/୦୯/୨୦୨୨: କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖେମୁଣ୍ଡିଗଡ଼ ଠାରେ ସମାଜସେବୀ ସୁଶାନ୍ତ ମାଝୀ ଏବଂ ଘଣ୍ଟାପଡା ଷ୍ଟ୍ରକ୍ଚର ଲାଇନମ୍ୟାନ ପ୍ରଦୀପ କୁମାର ସାହୁଙ୍କ ମିଳିତ ସହଯୋଗ କ୍ରମେ ବିଦ୍ୟୁତ ବିଭାଗର ଫିଡ଼ର ଉନ୍ନତିକରଣ କାର୍ଯ୍ୟ ପାଇଁ ଏକ ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ବିଦ୍ୟୁତ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ ନୃସିଂହ ନାରାୟଣ ପଣ୍ଡା, ବୌଦ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ ରାଉତ, ସହକାରୀ ଯନ୍ତ୍ରୀ ସୁଶାନ୍ତ ଖଟୁଆ, ଟିଏଲ-ଏନଇପି ମୟଙ୍କ ସୋନି, ପ୍ରକଳ୍ପ ପରିଚାଳକ ଦୀପକ ସାହୁ, ଟିଏଲ-ଡିଓଏସ ଜଗଦିଶ ପ୍ରସାଦ ଧଳ, ପ୍ରକଳ୍ପ ମୁଖ୍ୟ ଧନଞ୍ଜୟୁଲୁ ବୋଡ୍ଡୁ ସାମାଜିକ କର୍ମୀ ବିକ୍ରମ କେଶରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ | ୪୯.୭୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ଅଟକଳରେ ହେବାକୁ ଥିବା ସିଲେଟପଡା ଏବଂ ଅମ୍ବାଗାଁ ୧୧ କେଭି ଫିଡ଼ରର ଉନ୍ନତିକରଣ ଏବଂ କୁନାଶିଳା ଠାରୁ ଖେମୁଣ୍ଡିଗଡ଼ ଦୀର୍ଘ ୨.୫ କିମି ଫିଡ଼ର ସଂଯୋଗୀ କରଣ କାର୍ଯ୍ୟ କରାଯିବ | ଏହା କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ଜନିତ ସମସ୍ୟାର ସୁଧାର ହୋଇ ପାରିବ ବୋଲି ପ୍ରକଳ୍ପ ପରିଚାଳକ ଶ୍ରୀ ସାହୁ କହିଛନ୍ତି | ଅନ୍ୟପଟେ ଟାଟା କମ୍ପାନୀ ହାତକୁ ବିଦ୍ୟୁତ ଯିବାପରେ ଅଞ୍ଚଳରେ ପ୍ରାୟତଃ ବିଦ୍ୟୁତ ସମସ୍ୟା ଲାଗି ରହୁଛି | ଫଳରେ ଉପଭୋକ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି |

Leave a Reply

Your email address will not be published. Required fields are marked *