ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ: ପ୍ରଥମ ଦିନ ଗଜୁଲାଙ୍କୁ ୨ ସ୍ବର୍ଣ୍ଣ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶନିବାରଠାରୁ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କ୍ଲବ୍‌, ଜିମ୍‌ ଓ କ୍ରୀଡ଼ା ସଂସ୍ଥାରୁ ମୋଟ ୧୩୫ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସଂଘର ଉପଦେଷ୍ଟା ଇଂ ଚିତ୍ତରଞ୍ଜନ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆନ୍ତର୍ଜାତିକ ଖେଳାଳି ପ୍ରଦୀପ ପାତ୍ର, ଚନ୍ଦ୍ରଶେଖର ସାହୁ, ରାନୁ ମହାନ୍ତି, ଶକ୍ତିରଞ୍ଜନ ବାରିକ, କୃଷ୍ଟଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ମିଶ୍ର ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ସଂଘର ବୈଷୟିକ ନିର୍ଦେଶକ ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ଦ୍ବାରା ଏହା ଅନୁଷ୍ଠିତ ହୋଇଛି।

ପ୍ରଥମ ଦିବସରେ ଉପକନିଷ୍ଠ ପୁରୁଷ ୬୬ କେଜିରେ ଗଜୁଲା ଚୈତନ୍ୟ, କନିଷ୍ଠ ୬୬ କେଜିରେ ଶଶୀକାନ୍ତ ବେହେରା, ବରିଷ୍ଠ ୬୬ କେଜିରେ ସୁରକାନ୍ତ ବେହେରା, ମାଷ୍ଟର-୧ରେ ଜୟରାମ ମଲ୍ଲିକ. ଉପକନିଷ୍ଠ ୬୬ କେଜି ଓପନ୍‌ ବେଞ୍ଚ୍‌ପ୍ରେସ୍‌ରେ ଗଜୁଲା ଚୈତନ୍ୟ, ବରିଷ୍ଠ ଓପନ୍‌ ୬୬ କେଜି ବେଞ୍ଚ୍‌ପ୍ରେସ୍‌ରେ ଜ୍ଞାନରଞ୍ଜନ ସାହୁ, ବରିଷ୍ଠ ପୁରୁଷ ୫୯ କେଜିରେ ଦଶରଥ ପ୍ରଧାନ, କନିଷ୍ଠ ପୁରୁଷ ୫୩ କେଜିରେ ୱାସିମ୍‌ ଆକ୍ରମ୍, କନିଷ୍ଠ ପୁରୁଷ ୫୯ କେଜିରେ ସଂକେତ ମହାପାତ୍ର, ଓପନ୍‌ ବେଞ୍ଚ୍‌ପ୍ରେସ୍‌ ପୁରୁଷ ୫୯ କେଜିରେ ହରେକୃଷ୍ଣ ମହାନ୍ତି, ମାଷ୍ଟର-୨ ପୁରୁଷ ୫୯ କେଜି‌ରେ ଲକ୍ଷ୍ମୀ ନାରାୟଣ ବରାଡ଼ ଏବଂ ଉପକନିଷ୍ଠ ପୁରୁଷ ୫୯ କେଜିରେ ସୌମେନ ସେନାପତି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *