ଖୋର୍ଦ୍ଧା ରେ କ୍ରସରକୁ ଅନୁମତି ଦେବା ନେଇ 5T ସଚିବ ଙ୍କୁ ଦାବିପତ୍ର

ଫୋକସ ପ୍ଲସ (ଖୋର୍ଦ୍ଧା)୨୦/୦୭/୨୦୨୨: ଆଜି ଖୋର୍ଦ୍ଧା ଆଞ୍ଚଳିକ କ୍ରସର ସଙ୍ଘ ର ୪୦୦ ରୁ ଉର୍ଦ୍ଧ୍ବ ମାଲିକ ଓ ୨ ହଜାର କୁଶଳୀ ଓ ଅଣକୁଶଳୀ ଶ୍ରମିକ ଙ୍କୁ ନେଇ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରିଥିଲେ । ରାସ୍ତା ଘାଟ ଗାଡି ମୋଟର ସବୁ ବନ୍ଦ ହୋଇଯାଇଥିଲା । ଏତେ ସଂଖ୍ୟକ ଲୋକ ଙ୍କୁ ଦେଖି ଖୋର୍ଦ୍ଧା ସହର ଆଜି ରଥଯାତ୍ରା ସଦୃଶ ହୋଇଯାଇଥିଲା ।କ୍ରସର ସଙ୍ଘ ର ଦାବି ଅନୁଯାଇ ନିୟମ ଅନୁସାରେ ୨୦୧୯ ରୁ ଆବେଦନ କଟିଥିବା ସମସ୍ତ କ୍ରସର କୁ ଅନୁମତି ଦିଆଯାଉ । କିନ୍ତୁ ଜିଲ୍ଲା ପ୍ରସାଶନ ବିଭିନ୍ନ ସମୟରେ ଆଳ ସବୁ ଠିକ ଥାଇ ମଧ୍ୟ ଅନୁମତି ଦେଉନାହିଁ । ଦ୍ୱିତୀୟ ରେ କ୍ରସର ଲାଇଟି କାଟିବା ସହିତ ଏଲଟି ଲାଇଟି ମଧ୍ୟ ଜିଲ୍ଲା ପ୍ରଶାସନ ଦେଉଛି । ଫଳରେ ସେଠାରେ ଥିବା ହଜାର ହଜାର ଗରିବ ଲୋକମାନେ ନାହିଁ ନ ଥିବାର ଅସୁବିଧା ଭୋଗ କରୁଛନ୍ତି । ତେଣୁ ଜିଲ୍ଲାପାଳ ଙ୍କୁ ବାରମ୍ବାର ଜଣାଇବା ପରେ ମାଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଜି ୫ଟି ସଚିବ ଙ୍କ ନିକଟ କୁ ଏକ ଦାବି ପତ୍ର ଜିଲାପାଳ ଖୋର୍ଦ୍ଧା ଙ୍କ ଜରିଆରେ ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ସଂଘ ର କର୍ମକର୍ତ୍ତା ଙ୍କ ଦାବିପତ୍ର ରଖିବା ସହିତ ଏଲଟି ଲାଇନି ନ କାଟିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତେବେବ ଏହାର ସ୍ଥାୟୀ ସମାଧାନ ନ ହୁଏ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବା କୁ ନିଷ୍ପତି ନେଇଛନ୍ତି ।

ଖୋର୍ଦ୍ଧା ରୁ ଆକାଶ କୁମାର ବିଶ୍ବାଳ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *