ଖୋଲମ ଖୋଲା ଦୁର୍ନୀତି !

ଫୋକସ ପ୍ଲସ(ପାଳଲହଡା): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ରେ ବ୍ୟାପକ ଦୁର୍ନୀତି , ଏତେ ମାତ୍ରାରେ ଦୁର୍ନୀତି ବଢୁଛି ଯେ ତାକୁ ବ୍ଲକ ପ୍ରଶାସନ ରୋକ ଲଗାଇ ପାରୁ ନାହାଁନ୍ତି । ବାରମ୍ବାର ଖବର ପ୍ରସାରଣ ପରେବି ଚେତୁନି ପାଳଲହଡା ବ୍ଲକ ପ୍ରଶାସନ । ବିକାଶ ର ସ୍ଲୋଗାନ ଓଦୁର୍ନୀତି ମୁଳ ଉତ୍ପାଟନର ଡିଣ୍ଡିମ ପିଟୁ ଥିବା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଯେତେବେଳେ ଦୁର୍ନୀତି ର ଅଭିଯୋଗ ଆସେ ଏଠି ସମସ୍ତେ ସାଜନ୍ତି ନିରବଦ୍ରଷ୍ଟା । ପ୍ରଭାବଶାଳୀ ଶାସକ ଦଳ ଲୋକ ମାନେ ପ୍ରଶାସନ ର ଆଖିରେ ଆଙ୍ଗୁଠି ଗେଞ୍ଜୀ ଦିନ ଦ୍ବିପ୍ରହରେ କରିନ୍ତି ସରକାରୀ ଟଙ୍କା କୁ ହରିଲୁଟ । ଏମିତି କିଛି ଅଭିଯୋଗ ଆସିଛି ପାଳଲହଡା ବ୍ଲକ ରୁ ।ଆମେ କହୁଛୁ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ବନ୍ଧା ଭୂଇଁ ପଞ୍ଚାୟତ ର କଥା । ଯେଉଁଠି ଚାଲିଛି ବେଧଡକ ଦୁର୍ନୀତି । ଖବରରୁ ଜଣାଯାଏ ବନ୍ଧା ଭୂଇଁ ପଞ୍ଚାୟତ ର ଚଳିତ ବର୍ଷ ଇତି ଗାଁ ଖେଳପଡିଆ ଉନ୍ନତି କରଣ ପାଇଁ ମନରେଗା ମାଧ୍ୟମରେ ଆସିଥିବା ପାଞ୍ଚ ଲକ୍ଷ ଟଙ୍କା ସରକାରୀ ଅନୁଦାନ କୁ ସରକାରୀ କଳ ବଳ କୈଶଳ ଲଗାଇ ଅଳ୍ପ ଦଶରୁ ପନ୍ଦର ଘଣ୍ଟା ଜେସିବି ମେସିନରେ କାମକରି ତିନି ପର୍ଯ୍ୟାୟରେ 116772.00 ଟଙ୍କା ( ଏକ ଲକ୍ଷ ଷୋହଳ ହଜାର ସାତଶହ ବାସ୍ତୋରି ଟଙ୍କା) ହଡପ କରିବାରେ ସଫଳ ହୋଇଛନ୍ତି ବନ୍ଧା ଭୂଇଁ ସରପଞ୍ଚ ।

ଏଠି ବିକାଶ ହେଉ ଆମେ ବିରୋଧ କରୁନୁ , ଲୋକଙ୍କ ସୁବିଧା ପାଇଁ ସରକାରୀ ନିତିନିୟମକୁ ଆଡେଇ ଦେଇ ଜେସିବି ମେସିନ ସହାୟତା ରେ ଉନ୍ନତି କରଣ କାମ ବି ହେଉ ହେଲେ ଅଳ୍ପ ଦଶରୁ ପନ୍ଦର ଘଣ୍ଟା କାମ କରି ସରକାରଙ୍କ ସମସ୍ତ ଟଙ୍କା ଆତ୍ମସାତ ନହେଉ । ଗାଁ ଲୋକଙ୍କ କହିବା କଥା ଯିଏ ଦୁର୍ନୀତି କୁ ବିରୋଧ କଲା ଏଠି କିଛି ମୁଷ୍ଟିମେୟ ଲୋକଙ୍କ ଆକ୍ରୋଷ ର ଶିକାର ହୁଅନ୍ତି , ଆଶ୍ଚର୍ଯ୍ୟ ର କଥା ଯନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ କୁ କର୍ଣ୍ଣ ପାତ କରନ୍ତି ନାହିଁ , ଯାହାକି ଦୁର୍ନୀତି କୁ କେହି ମୁହଁ ନଖୋଲି ମୁଣ୍ଡ ପାତି ସହି ଯାଆନ୍ତି । ସବୁଠାରୁ ବଡ଼ କଥା ହେଲ ବିନା କୈଣସି କାମ ଓ ବିନା ଚେକ ମେଜରମେଣ୍ଟ ରେ ଏଠି ସରପଞ୍ଚ ଓ ଭିଏଲଡବ୍ଲୁ ଙ୍କ ଡ୍ରଙ୍ଗଲ ରେ ମଷ୍ଟରରୋଲ ବାହାର କରି ବିଲ ପାରିତ ହେବା ଆଶ୍ଚର୍ଯ୍ୟ ର କଥା ।

ତେବେ ଚଳିତ ମାସ ବନ୍ଧା ଭୂଇଁ ପଞ୍ଚାୟତ ର ଇତି ଖେଳପଡିଆ ର ଉନ୍ନତି କରଣ ପାଞ୍ଚ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସିଥିବା ବେଳେ ମେସିନ ସହାୟତା ରେ ଦଶ ରୁ ପନ୍ଦର ଘଣ୍ଟା କାମ କରି ସେହି ପଞ୍ଚାୟତ ର ଜିଆର ଏସ ପ୍ରଶାନ୍ତ କୁମାର ସାହୁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ର କୋର୍ଡ 2421007004/AV/10478938 ନମ୍ବର ତାରିଖ 27.08.22 ଠାରୁ ତାରିଖ 02.09.22 ପର୍ଯ୍ୟନ୍ତ MR ନମ୍ବର 10725 ରେ 6600.00 ଟଙ୍କା , MR ନମ୍ବର 10726 ରେ 6600.00 ଟଙ୍କା , MR ନମ୍ବର 10727 ରେ 6600.00 ଟଙ୍କା , MR ନମ୍ବର 10728 ରେ 6600.00 ଟଙ୍କା , MR ନମ୍ବର 10729 ରେ 3996.00 ଟଙ୍କା । ପ୍ରଥମ ପର୍ଯ୍ୟାୟରେ 30636.00ଟଙ୍କା ପେମେଂଟ ହୋଇଥିଲା ବେଳେ ଦିତୀୟ ପର୍ଯ୍ୟାୟ ତାରିଖ 03.09.22 ଠାରୁ ତାରିଖ 09.09.22 ପର୍ଯ୍ୟନ୍ତ MR ନମ୍ବର 10730 ରେ 12876.00 ଟଙ୍କା , MR ନମ୍ବର 10731 ରେ 12432.00 ଟଙ୍କା , MR ନମ୍ବର 10733 ନମ୍ବର ରେ 13320.00 ଟଙ୍କା ,,MR ନମ୍ବର 10743 ରେ ଟଙ୍କା10650.00 , MR ନମ୍ବର 10734 ନମ୍ବର ରେ 7992.00 ଟଙ୍କା , ଦିତୀୟ ପର୍ଯ୍ୟାୟରେ 57276.00 ଟଙ୍କା ପେମେଂଟ ହୋଇଛି ।

ତେବେ ତୃତୀୟ ପର୍ଯ୍ୟାୟରେ ତାରିଖ 09.10.22 ଠାରୁ ତାରିଖ 15.09.22 ପର୍ଯ୍ୟନ୍ତ MR ନମ୍ବର 12930 ରେ ଟଙ୍କା 1596.00 , MR ନମ୍ବର 12931 ରେ ଟଙ୍କା 13764.00 , ମୋଟ ଟଙ୍କା 28860.00 ର ପେମେଂଟ ଉଠାଇ ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଯାବତ ଉକ୍ତ ଖୃଳ ପଡିଆରେ ମାତ୍ର ଜେସିବି ମେସିନରେ ଦଶରୁ ପନ୍ଦର ଘଣ୍ଟା କାମ କରି ଟଙ୍କା 116772.00 କେମିତି ବିଲ ପେମେଂଟ ହେଲା ତାହା ଏବେ ପ୍ରଶ୍ନ ବାଚି ? ବର୍ତ୍ତମାନ ଯେଉଁ ଅଭିଯୋଗ ଆସିଛି ଏଠି ସବୁଠାରୁ ସଂଘାତିକ କଥା ହେଲା ତାରିଖ 09.10.22 ରୁ ତାରିଖ 15.09.22 ପର୍ଯ୍ୟନ୍ତ ମଷ୍ଟରରୋଲ ବାହାର କରି ଟଙ୍କା 28860.00 ର କିଭଳି ଭାବେ ବିଭାଗୀୟ ଯନ୍ତ୍ରୀ ଙ୍କ ବିନା ଚେକ ମେଜରମେଣ୍ଟ ରେ ଏତେ ଟଙ୍କା ଉଠାଇ ନେବାକୁ ସଫଳ ହେଲେ ସରପଞ୍ଚ ? ଏହି ସବୁ ଦୁର୍ନୀତି ର ଅଭିଯୋଗ କୁ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ବ୍ଲକ ଅଧ୍ୟକ୍ଷା ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସମସ୍ତେ ନିରବ ଥିଲେ । ବୋଧହୁଏ ଏହାହିଁ ବିକାଶ ର ବାସ୍ତବ ଚିତ୍ର ।

ଏଠି ବ୍ଲକ ପ୍ରଶାସନ ର ପାରିବା ପଣିଆ ବି ସନ୍ଦେହ ଘେରରେ । ପ୍ରଶ୍ନ ଉଠେ ବାରମ୍ବାର ଖବର ପ୍ରଶାରଣ ପରେ ଓ ଯନ୍ତ୍ରୀ ଙ୍କ ତାଗିଦ ପରେବି ବନ୍ଧା ଭୂଇଁ ର ପାଓ୍ବାରଫୁଲ ଜିଆର ଏସ ପ୍ରଶାନ୍ତ କୁମାର ସାହୁ କୈଣସି କାମ ନହୋଇ ବାରମ୍ବାର ବ୍ଲକ ପ୍ରଶାସନ ର ଆଖିରେ ଅଙ୍ଗୁଠି ଗେଞ୍ଜୀ ବିଲ ଉଠାଇବା ରେ ସଫଳ ହେଉଛନ୍ତି କିପରି ? ଏଠି କାହା ବଳରେ ବଳିଆନ ଜିଆର ଏସ ପ୍ରଶାନ୍ତ ସାହୁ ? ଏଠି। ସନ୍ଦେହ ଘେରରେ ବିଭାଗୀୟ ଯନ୍ତ୍ରୀ ଭିଏଲଡବ୍ଲୁ , ଜିଆର ଏସ ଓ ସରପଞ୍ଚ । ସମସ୍ତଙ୍କ ମିଲିଭଗତରେ ସରକାରୀ ଅର୍ଥ ହରିଲୁଟ ହେବା ସହ ଓ ଆଖିବୁଜା ଦୁର୍ନୀତି ହେଉଛି ହେଲେ ବିକାଶ ର କଥା କହୁଥିବା ବ୍ଲକ ମୁଖିଆ ଓ ରାଜନେତା ମାନେ ଏହି ଦୁର୍ନୀତି କୁ ଦେଖି ପାରୁଛନ୍ତି ନା ଶାଶାକ ଦଳ ଚେପା ରେ ଚେପା ହୋଇ ଯାଇଛନ୍ତି । ବନ୍ଧା ଭୂଇଁ ପଞ୍ଚାୟତ ର ସମସ୍ତ ମନରେଗା କାର୍ଯ୍ୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *