ଖୋଲା ଆକାଶ ତଳେ ବିତୁଛି ଜୀବନ,ବାସଗୃହ ଟିଏ ଏଠି ସାତସପନ

ଫୋକସ ପ୍ଲସ 18/3/23(ବ୍ୟୁରୋ): ବୃଦ୍ଧ ବୟସରେ ଯେ ଏମିତି ଅସୁବିଧା ଭୋଗିବାକୁ ପଡିବ ତାହା କିଏ ବା ଜାଣିଥିଲା | କେଵଳ ଭଗବାନ ହିଁ ଭରସା ଏହି ବୃଦ୍ଧ ଦମ୍ପତିଙ୍କର | ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ ବାସଗୃହ ପାଲଟିଛି ସାତ ସପନ |ଖୋଲା ଆକାଶ ତଳେ ବିତୁଛି ଜୀବନ |ବାସଗୃହ ଟିଏ ଏଠି ସାତସପନ l ଜୀବନର ଶେଷ ସମୟରେ ବାସଗୃହଟିଏ ପାଇଁ ସାତ ସପନ ପାଲଟିଛି ବୃଦ୍ଧ ଦମ୍ପତିଙ୍କ ପାଇଁ l ଜୀବନ ଜୀବିକା ପାଇଁ ଏ ପିଣ୍ଡାରୁ ସେ ପିଣ୍ଡାକୁ ଯିବାକୁ ପଡୁଛି ଦୁଇ ରୋଗଗ୍ରସ୍ତ ଦମ୍ପତିଙ୍କୁ l ଏଭଳି ହୃଦୟ ସ୍ପର୍ଶକାରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତର ସରିଆବର ପାଟଣା ଗ୍ରାମରେ l

ଗ୍ରାମର ଶେଷ ମୁଣ୍ଡରେ ଥିବା କୁତମଚଣ୍ଡୀ ମନ୍ଦିର ପରିସର ମଧ୍ୟରେ ଜୀବନ ବିତାଉଛନ୍ତି ଏହି ବୃଦ୍ଧ ଦମ୍ପତି l ଜୀବନର ପରିଣତ ବୟସରେ ବାସ ଗୃହଟେ ତ ଦୁରର କଥା ଦିନକୁ ଦୁଇ ମୁଠା ଖାଇବା ବି କଷ୍ଟସାଧ୍ୟ ହେଉଛି ଏହି ବୃଦ୍ଧ ଦମ୍ପତିଙ୍କ କ୍ଷେତ୍ରରେ l ସରିଆବରା ପାଟଣା ଗ୍ରାମର 88 ବର୍ଷର ରାଧୁ ଚରଣ ସାହୁ 77 ବର୍ଷର ସ୍ତ୍ରୀ ମାଳତୀ ସାହୁ ଦୁହେଁ ନିଜର ତିନି ଝିଅଙ୍କୁ ଦୁଃଖ କଷ୍ଟରେ ବିବାହ କରିବା ପରେ ନିଜର ଘର ଟିଏ କି କିଛି ଅନ୍ତିମ ବୟସରେ ରୋଜଗାର ପ୍ରଥା ନଥିବାରୁ ରୋଗଗ୍ରସ୍ତ ଅବସ୍ଥାରେ ପଡିରହିଛନ୍ତି | ନିଜର ପେଟ ପାଟଣା ପାଇଁ ଏ ଦୁଆର ସେ ଦୁଆର ବୁଲୁ ଥିବାର ଦେଖିବାକୁ ମିଲୁଛି ହେଲେ କୌଣସି ସହାୟତା ପାଉନାହାନ୍ତି | ଆଉ ଏଭଳି ଅବସ୍ଥାରେ ତାଙ୍କୁ କେହି ଦୃଷ୍ଟି ମଧ୍ୟ ଦେଉନାହାନ୍ତି |ଯାହା ଫଳରେ କି ବୃଦ୍ଧ ଦମ୍ପତିଙ୍କ ପାଇଁ ଅଭିଶାପ ପାଲଟିଛି ଜୀବନ |
ସ୍ଥାନୀୟ ଲୋକଙ୍କ କହିବା କଥା ଦୁଇ ବୃଦ୍ଧ ଦମ୍ପତିଙ୍କର ତିନି ବିବାହିତା ଝିଅଙ୍କୁ ଛାଡିଦେଲେ ଆଉ କେହି ପ୍ରିୟଜନ ନଥିବାରୁ କିମ୍ବା ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ନଥିବାରୁ ଦୁହିଙ୍କ ଜୀବନ ଜୀବିକା କଷ୍ଟ ସାଧ୍ୟ ହେଉଛି lଏଭଳି ଦୁଃଖ କଷ୍ଟରେ ସେ ଜୀବନ ବଂଚୁଛନ୍ତି | ତେବେ ସରକାରଙ୍କ ପକ୍ଷରୁ ଯଦି ବୃଦ୍ଧ ଦମ୍ପତିଙ୍କ ପାଇଁ କିଛି ପ୍ରୋତ୍ସାହନ ରାଶି ଓ ବାସ ଗୃହଟେ ପ୍ରଦାନ କରାଯାଏ ତେବେ ବୃଦ୍ଧ ଦମ୍ପତି ଖୁସିରେ ରହିପାରିବେ ବୋଲି ସାଧାରଣରେ ଚର୍ଚା ହେଉଛି |

 

Leave a Reply

Your email address will not be published. Required fields are marked *