ଗଛ କଟାକୁ ନେଇ ରାସ୍ତା ରୋକ

ଫୋକସ ପ୍ଲସ (ତାଳଚେର)୦୯/୦୭/୨୦୨୨: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ବିସ୍ଥାପିତ ମାନଙ୍କୁ ଥଇଥାନ ପାଇଁ ବନ ବିଭାଗ ରାତ୍ରି ସମୟରେ ଶାଗୁଆନ ଗଛ କାଟୁଥିବା ବେଳେ ଉଦଳା ଥାନା ଅଧିନସ୍ଥ ନବରା ଗ୍ରାମବାସୀ କରିଛନ୍ତି ବିରୋଧ। ଉଦଳା ଥାନା ତଥା ଉଦଳା ବ୍ଲକ ଅନ୍ତର୍ଗତ ବହୁବନ୍ଧ ଗ୍ରାମ ପଞ୍ଚାୟତର ନାବରା କଲନି ନିକଟରେ ଥିବା ଶାଗୁଆନ ଜଙ୍ଗଲକୁ କଟାଯାଇ ସେଠାରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବସ ବାସ କରୁଥିବା ଲୋକଙ୍କୁ ଥଇଥାନ ପାଇଁ ବନବିଭାଗ ଗଛ କାଟିବା ଆରମ୍ଭ କରିଥିବାବେଳେ ସ୍ଥାନୀୟ ବାସିନ୍ଦା ମାନେ ଘୋର ବିରୋଧ କରି ରାସ୍ତାରେ ଗଛ ପକାଇ ଅବରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇ ବନ ମହୋତ୍ସବ ପାଳନ ଚାଲୁଥିବା ବେଳେ ବନବିଭାଗ ର ଗଛ କଟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ବନବିଭାଗ ଦ୍ୱାରା ନାବରା କଲନି ଜଙ୍ଗଲରୁ ୬୮ ଗୋଟି ଶାଗୁଆନ ଗଛ କଟା ଯିବାର ମହର ଲାଗିଥିବା ବେଳେ ଗଛ କଟା ଆରମ୍ଭରୁ ଗ୍ରାମବାସୀ କରିଛନ୍ତି ବିରୋଧ । ଗ୍ରାମ୍ୟ କମିଟିର ପ୍ରସ୍ତାବ ଅଣାଯାଇ ଗଛ କାଟୁଥିବା ପ୍ରକାଶ କରିଥିବା ବେଳେ ଗ୍ରାମ୍ୟ କମିଟିର କୈାଣସି ମେମ୍ବର ଘଟଣା ସ୍ଥଳକୁ ଆସିନାହାନ୍ତି । ଘଟଣା ସ୍ଥଳରେ ଉଦଳା ପୋଲିସ ମୁତୟନ ଥିବାବେଳେ ମଧ୍ୟ ଉତ୍ତେଜନା ବଢ଼ିବାରେ ଲାଗିଛି । ଘଟଣା ସ୍ଥଳରେ ଉଦଳା ବନ ବିଭାଗର ଅଧିକାରୀ ପହଂଚି ପୋଲିସ ଉପସ୍ଥିତରେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ରାସ୍ତାରେ ଉତ୍ତେଜନା ଦେଖିବାକୁ ମିଳିଛି l

ମୟୁରଭଞ୍ଜ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *