ଗଞ୍ଜାମ ବିଜେପି ସଭାପତି ଦଳ ପାଈ କାଳ ନାବଳ ?ମାତ୍ର ଦୁଇ ମାସରେ ବିଜେପିର ବୃହତ୍ ଫାଟ,ଅତିଷ୍ଟ ହେଲେଣି ନେତା ଏବଂ କର୍ମୀ ।

ବ୍ରହ୍ମପୁର ୨୭/୦୨/୨୦୨୪: ବ୍ରହ୍ମପୁର ମହାନଗର ନିଗମର ବହୁ ବିଜେପି କର୍ମି ଆଜି ଆସିକା ରୋଡ଼ ବଙ୍ଗାଳି ସାହି ଠାରେ ଥିବା ଲକି ସେଲିବ୍ରେସନ ଏକ ଵିଧିବଧ ଭାବେ ଆଜି ବିଜେଡିରେ ସାମିଲ ହେଲେ । ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ଶଙ୍ଖ ଭବନରେ ରାଜ୍ୟ ସଭା ସାଂସଦ, ବ୍ରହ୍ମପୁର ବିଧାୟକ ଏବଂ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର 20,21,22 ଏବଂ 27ର ବିଜେପି କର୍ପୋରେଟର ବିଜେପି କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବିଜେଡିରେ ସାମିଲ ହୋଇଥିଲେ କିନ୍ତୁ ଆଜି ମହାନଗର ନିଗମର ଅନେକ ବିଜେପି କର୍ମି ଆଜି ବିଜେଡିରେ ସାମିଲ ହେଲେ। ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର, ଜିଲ୍ଲା ବିଜେଡି ସଭାପତି, ନଗର ସଭାପତି ଏବଂ ବହୁ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ଶୃଙ୍ଖଳିତ କାର୍ଯ୍ୟରେ ପ୍ରଭାବିତ ହୋଇ ଏହିଭଳି ନିଷ୍ପତି ନେଇଛନ୍ତି । ଆଗାମୀ ଦିନରେ ବିଜେଡିର ନୀତି ନିୟମକୁ ମାନି ଶୃଙ୍ଖଳିତ କର୍ମି ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଜେଡି କର୍ମି ।

Leave a Reply

Your email address will not be published. Required fields are marked *