ଗଞ୍ଜେଇ ଚାଲାଣ ସମୟରେ ପୋଲିସର ଚଢ଼ାଉ ।

ଫୋକସ ପ୍ଲସ(କଳାହାଣ୍ଡି) ୨୮/୦୭/ ୨୦୨୨: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ନିକଟେ ଗୋଟିଏ ହୁଣ୍ଡି କାର ଓ ଡି ୦୮ – ୮୮୫୫ ଗାଡ଼ି କୁ ଯାଞ୍ଚ୍ କରିବା ଦ୍ଵାରା ପାଖାପାଖି ୪୨ କିଲୋଗ୍ରାମ ର ଗଞ୍ଜେଇ ମିଳିଥିବା ସୁଚନା ମିଳିଛି । ଗଞ୍ଜେଇ ଚାଲାଣକାରି ମାନେ ବଲଧିଆମାଲ ଗ୍ରାମର ଶ୍ରୀଯୁକ୍ତ ଅଭୟ ବେହେରା ପିତା ପ୍ରଦ୍ୟୁମ୍ନ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ମେହେର ପିତା ରଘୁକେଶ ମେହେର ବୋଲି ଜଣାପଡିଛି ।ଚଲିତ ମାସରେ ଗୋଲାମୁଣ୍ଡା ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଯୁଗଲ ଶବର ଙ୍କ ନେତୃତ୍ବରେ ଦ୍ବିତୀୟ ଥର ଗଞ୍ଜେଇ ଧରିବାରେ ସଫଳତା ହାସଲ କରିଛନ୍ତି । ଗତ ୧୦ -୭- ୨୦୨୨ ରେ ମଧ୍ୟ ପେଟ୍ରୋଲିଙ୍ଗ ସମୟରେ ଦୁଇଜଣ ବ୍ୟକ୍ତି ଙ୍କୁ ଧରି ତାଙ୍କ ଠାରୁ କି.୬.୫୦୦ ଗ୍ରାମ ଗଞ୍ଜେଇ ଧରି କୋଟ ଚାଲାଣ କରିଥିଲେ । ଏହିଭଳି ଗଞ୍ଜେଇ ଚାଲାଣ ରାକେଟ ର ପର୍ଦ୍ଦାଫାଶ କରିଥିବାରୁ ଗୋଲାମୁଣ୍ଡା ପୋଲିସ ର ସଫଲତା କୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜୁନାଗଡ଼ ବ୍ଳକ ବଲଧିଆମାଲ ର ୨ଜଣ ଯୁବକଙ୍କୁ ଗିରଫ କରି କେସ ନମ୍ବର ୧୩୨/୨୨ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଆଜି ଗିରଫ ଅଭିଯୁକ୍ତମାନଙ୍କୁ ଧର୍ମଗଡ ଏସ୍ ଟି ଜେ ଏମ୍ କୋର୍ଟ କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀଯୁକ୍ତ ଯୁଗଲ ଶବର ପ୍ରସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

 

କଳାହାଣ୍ଡି ଗୋଲାମୁଣ୍ଡା ରୁ କୃଷ୍ଣ ଚନ୍ଦ୍ର ମହାନନ୍ଦ ଙ୍କ ରିପୋର୍ଟ୍ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *