ଗଣମାଧ୍ୟମର କଣ୍ଠରୋଧ ପାଇଁ ପ୍ରୟାସ,ସାମ୍ବାଦିକଙ୍କ ନାମରେ ମିଥ୍ୟା ଏତଲା

ଫୋକସ ପ୍ଲସ (ନର୍ଲା)୨୫/୦୭/୨୦୨୨: ସାର କଳାବଜାରିର ଖବର ପ୍ରସାରଣରେ ବିବାଦ ପ୍ରସଙ୍ଗ, ସାରା ରାଜ୍ୟରେ ସାର ର କଳାବଜାର କୁ ନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଟ୍ୱିଟକୁ ନେଇ ଏବେ ବିଧାନ ସଭା ରେ ବୋବାଲ ହେଉଥିବା ବେଲେ ଏହା କେବଳ କୌଣସୀ ଗୋଟିଏ ସ୍ଥାନର ପ୍ରସଙ୍ଗ ହୋଇ ରହିନାହିଁ । ସାରା ରାଜ୍ୟରେ ଏଥିପାଇଁ ଚାଷୀ ମହଲରେ ଉଦ୍ୱେଗ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ରେ ମଧ୍ୟ ଗତ ତିନିବର୍ଷ ତଳେ ସାର କଳାବଜାରି ପ୍ରସଙ୍ଗରେ ଜଣେ ସହକାରୀ କୃଷି ଅଧିକାରୀ ଓ ଏଓଙ୍କୁ ବାନ୍ଧି ରଖିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହା ଆଜିକାର ପ୍ରସଙ୍ଗ ନୁହଁ ପ୍ରତିବର୍ଷ କେଇ ଜଣ ସାର ବିକ୍ରେତା ଚାଷ ପୂର୍ବରୁ ସାର ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି । ଏବଂ ଚାଷୀଙ୍କ ବ୍ୟଗ୍ରତାକୁ ଦେଖି ବେଶ ଚଢାଦରରେ ବିକ୍ରୟ କରି ମାଲେମାଲ ହୋଇଥାନ୍ତି । ନର୍ଲାରେ ମଧ୍ୟ ଏଭଳି ପ୍ରସଙ୍ଗ ପ୍ରତିବର୍ଷ ଦେଖିବାକୁ ମିଳିଥାଏ । ବିଶେଷ କରି ୟୁରିଆ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଦୁଇ ରୁ ଅଢେଇ ଗୁନା ଦରରେ ସାର ବିକ୍ରୟ କରିଥାନ୍ତି ଅଧିକୃତ ବିକ୍ରେତା ମାନେ । ସାର ପ୍ରୟୋଗର ସମୟ ଗଡିଯାଉଥିବା ଦେଖି ନର୍ଲା ଅଞ୍ଚଲର ଚାଷୀ ବାଧ୍ୟ ହୋଇଥାନ୍ତି ଚଡା ଦରରେ ସାର କ୍ରୟ କରିବା ପାଇଁ । ୟୁରିଆ ସାରର ଅଭାବ ପାଇଁ ଅନେକ ସମୟରେ ନର୍ଲାର ଚାଷୀ ରାଜରାସ୍ତାକୁ ଓହ୍ଲାଇଥିବା ନଜୀର ମଧ୍ୟ ରହିଛି । ହେଲେ କୌଣସୀ ସାର ଦୋକାନୀଙ୍କ ନାମ ଉଲ୍ଲେଖ ନକରି ଗତ କିଛିଦିନ ତଳେ ନର୍ଲାର ସାମ୍ବାଦିକ ରଞ୍ଜନ ମହାନ୍ତି ସାରର ଅଭାବି ଓ ଚଢାଦରରେ ବିକ୍ରୟକୁ ନେଇ ଖବର ପ୍ରସାରଣ କରିଥରଲେ । ନର୍ଲାର ଜନୈକ ଅଧିକୃତ ସାର ବିକ୍ରେତା ଆଲୋକ ଚାନ୍ଦ ଏହି ସାମୁହିକ ପ୍ରସଙ୍ଗକୁ ନିଜ ଦେହକୁ ନେଇ ଲାଞ୍ଜିଗଡ ବ୍ଲକ ର ଦଳେ ପ୍ରାୟୋଜିତ ଅଣଚାଷୀଙ୍କୁ ଉତ୍ତେଜନା ଦେଇ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ନାମରେ ନର୍ଲା ଥାନାରେ ଏତେଲା ଦେଇଥିଲେ । ହାସ୍ୟାପଦ କଥା ଏଇଆ ଯେ ସେହି ପ୍ରାୟୋଜିତ ଅଣ ଚାଷୀମାନେ ନିଜେ ଜାଣିନଥିଲେ ଯେ ସେମାନେ ରଞ୍ଜନ ମହାନ୍ତିଙ୍କ ନାମରେ କାହିଁକି ଏତେଲା ଦେଉଛନ୍ତି? ଉକ୍ତ ଅଧିକୃତ ସାର ବିକେତା ଆଲୋକ ଚାନ୍ଦଙ୍କ ନିକଟରେ ଗୋଟିଏ ସପ୍ତାହ ହୋଇଗଲା ସାର ଗଚ୍ଛିତ ନଥିବା ସତ୍ୱେ ସେ ସେହି ପ୍ରାୟୋଜିତ ଅଣ ଚାଷୀ ମାନଙ୍କୁ କହିଲେ ମୁଁ ଆଉ ଆପଣ ମାନଙ୍କୁ ସାର ବିକ୍ରୟ କରିବି ନାହିଁ । ସାମ୍ବାଦିକ ରଞ୍ଜନ ମହାନ୍ତି ଚଢାଦରରେ ସାର କିକ୍ରୀ କରୁଥିବା ଖବର ପ୍ରକାଶନ କରି ମୋତେ ବଦନାମ କରୁଛି । ଏଣୁ ଆପଣ ମାନେ ଯଦି ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ନାମରେ ଥାନାରେ ଏତେଲା ଦେବେ ତାହେଲେ ମୁଁ ଆପଣ ମାନଙ୍କୁ ସାର ବିକ୍ରୟ କରିବି ବୋଲି । ଚାଷୀ ଅଧିକୃତ ବିକ୍ରେତା ଆଲୋକ ଚାନ୍ଦ ଙ୍କ କଥାରେ ପଡି ବାଧ୍ୟ ବାଧକତାରେ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କ ନାମରେ ନର୍ଲା ଥାନାରେ ଏତେଲା ଦାଏର କଲେ । କିଛି ନିରୀହ ଚାଷୀ ଏବଂ ପ୍ରାୟୋଜିତ ଚାଷୀ ଜାଣି ପାରିଲେ ନାହିଁ ଅଧିକୃତ ବିକ୍ରେତା ଶ୍ରୀ ଚାନ୍ଦ ଙ୍କ ଷଢଯନ୍ତ୍ର । ତିନିବର୍ଷ ତଳେ ନର୍ଲା କୃଷି ବିଭାଗ ଆତ୍ମା ର ଅଧ୍ୟକ୍ଷ ଭାବରେ ନିଜକୁ ଅବସ୍ଥାପିତ କରି ଦୁର୍ନିତିଖୋର ବିବାଦୀୟା ନର୍ଲା ସହକାରୀ କୃଷି ଅଧିକାରୀଣି ଶିବାନୀ ମାଡାମ ଙ୍କ ସହ ମିଶି ଚାଷୀଙ୍କ ଅର୍ଥକୁ ଆତ୍ମସାତ କରି ସାରିଲେଣି । ଏବେ ଉକ୍ତ ଚାଷୀ ମାନେ ଚଢାଦରରେ ସାର କିଣି ସମସ୍ତ ପ୍ରସଙ୍ଗ ଜାଣି ପାରୁଛନ୍ତି । ଯେ କିଏ ଠିକ୍ ଆଉ କିଏ ଭୁଲ । ନେଡିଗୁଡ କହୁଣିକୁ ବୋହିଗଲାଣି । ଏବେ ପ୍ରକୃତ ଚାଷୀ ସେମାନେ ଅଭାବୀ ସାର ର ପ୍ରକୃତ ରହସ୍ୟ ଜାଣି ପାରିଛନ୍ତି । ପ୍ରତିବର୍ଷ ଅନ୍ଧ ଭାବରେ ଅଧିକୃତ ସାର ବିକ୍ରେତାଙ୍କ କତାରେ ପଡି ଚଢାଦରରେ ସାର କିଣି ଋଣ ବୋଝରେ ଷଢୁଛନ୍ତି । ସାର କଳାବଜାରିର କଳା କାରନାମା ଜଣିପାରି ନର୍ଲା ଅଞ୍ଚଳର ପ୍ରକୃତ ଚାଷୀ ଏବେ ଅଧିକୃତ ସାର ବିକ୍ରେତା ଆଲୋକ ଚାନ୍ଦଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଥିବା ଜାଣିବାକୁ ମିଳୁଛି । ଆଉ ଅଧିକୃତ ସାର ବିକ୍ରେତା ଆଲୋକ ଚାନ୍ଦଙ୍କ ଦ୍ଵାରା ପ୍ରାୟୋଜିତ ଅଣଚାଷୀ ଏବେ ମୁହଁ ଲୁଚାଇବା ଆରମ୍ଭ କଲେଣି ବୋଲି ଚାଷୀ ମହଲରେ ଆଲୋଚନା ଯୋର ଧରିଛି ।

Leave a Reply

Your email address will not be published. Required fields are marked *