ଫୋକସ ପ୍ଲସ(ସିମୁଳିଆ)୨୧/୦୮/୨୦୨୨: ସୁଶାନ୍ତ ନାୟକ।ସିମୁଳିଆ ancore-ଆସୁଛି ଗଣେଷ ପୂଜା ବିଭିନ୍ନ ଆକାରର ସଜା ହୋଇଥିବା ଗଣେଶ ମୂର୍ତିକୁ ନେଇ ଶିକ୍ଷାନୁଷ୍ଠାନ, ମନ୍ଦିର ଓ ବିଭିନ ଅନୁଷ୍ଠାନରେ ପୂଜା କରିବା ପାଇଁ ଗାଁ ଓ ସହରବାସି ଙ୍କ ମଧ୍ୟ ରେ ଉତ୍ସାହ ଦେଖାଜାଇଥିବା ବେଳେ ମୂର୍ତ୍ତି କାରିଗର ମାନେ ମଧ୍ୟ ଗଣେଶ ମେଡ଼ କୁ ବନାଇବା ପାଇଁ ବ୍ୟସ୍ତ ହୋଇପଡିଛନ୍ତି ତଥା ଏହିଥର ବେଶ ଲାଭବାନ ହେବା ର ଆଶା ରଖିଛନ୍ତି କିନ୍ତୁ ଲଘୁଜନିତ ବର୍ଷା ଲାଗିରହିବା ରୁ ମୂର୍ତି ଶୁଖିବା ପାଇଁ ଚିନ୍ତା ରେ ଅଛନ୍ତି ବାଲେଶ୍ଵର ଜିଲା ର ମୂର୍ତି କାରିଗରମାନେ।ବାଲେଶ୍ଵର ଜିଲ୍ଲା ସିମୁଳିଆ ,ଖଇରା ଔପଦା ଓ ବାହାନଗା ଅଞ୍ଚଳ ରେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ପଡିଲେଣି ଭକ୍ତଙ୍କ ସହିତ ମୂର୍ତି କାରିଗର ମାନେ । ମାଟି ମୂର୍ତି ବନାଇବା ପାଇଁ ମାସମାସ ଧରି ଲାଗୁଥିବା ବେଳେ ଏହି ମୂର୍ତିକୁ ବିକ୍ରି କରି ପାଉଥିବା ଅର୍ଥ ପରିବାର ଚଳାଇବା ପାଇଁ କଷ୍ଟ ହୋଇଥିଲେ ମଧ୍ୟ ଏହି କୋଲିକ ବୃତି କୁ ଛାଡି ପାରୁ ନାହାନ୍ତି କାରିଗର ମାନେ ଓ ଦୀର୍ଘ ଦିନ ହେବ ଏହି ମୂର୍ତି କୁ ବଣାଇ ବିକ୍ରି କରି ଆସୁଛନ୍ତି । କରନା କଟକଣା ଉଠିଯିବା ରୁ ଏହିଥର କିଛି ମାତ୍ରା ରେ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି ମୂର୍ତି କାରିଗରମାନେ। ମୂର୍ତି ବନାଇବା ପାଇଁ ଦରକାର ଥିବା ସାମଗ୍ରୀର ମୂଲ୍ୟ ଅଧିକା ହୋଇଥିବା ରୁ ମୂର୍ତି ନିର୍ମାଣ ଖର୍ଚ୍ଚ ଅଧିକ ହେଇଯାଉଛି ଯାହାଫଳରେ ପରିଶ୍ରମର ଉଚିତ୍ ମୂଲ୍ୟ ପାଇ ପାରୁନାହାନ୍ତି କାରିଗର ମାନେ।ମାଟି ମୂର୍ତି କାରିଗର ରାତି ଦିନ ଏକ କରି ମୂର୍ତି ତିଆରି କରିଥିଲେ ମଧ୍ୟ ଉଚିତ୍ ମୂଲ୍ୟ ନମିଳିବାରୁ ପରିବାର ଚଳାଇବାକୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଲଘୁଜନିତ ବର୍ଷା ଜାରି ରହିଥିବାରୁ ମାଟି ରୁ ନିର୍ମିତ ମୂର୍ତି ସୁଖୀ ପାରୁ ନାହିଁ କିନ୍ତୁ ଏହିଥର ମୂର୍ତି ବିକ୍ରି କରି ବେଶ ଲାଭବାନ ହେବେ ବୋଲି ମୂର୍ତି କାରିଗର କହିଛନ୍ତି।ଓଡିଶାର କାରିଗର ସହିତ ଅନ୍ୟ ଜିଲା ରୁ ମୂର୍ତିକାରିଗର ମାନେ ଗୋଟେମାସ ହେବ ଆସି ମୂର୍ତି ବନାଇ ପଇସା ରୋଜଗାର କରିବା ଆଶାରେ ରାତିଦିନ ଏକକରି ପରିଶ୍ରମ କରିଥିଲା ବେଳେ ସମସ୍ତ ଜିନିଷ ର ଦର ବହୁତ ଅଧିକା ହୋଇଥିଲେ ମଧ୍ୟ ୫୦ ଟଙ୍କା ରୁ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ର ମୂର୍ତି ବନାଇବା ପାଇଁ ଭକ୍ତ ମାନେ ଏଡଭାନ୍ସ ଦେଇଛନ୍ତି। ଅନ୍ୟପଟେ ପୂଜା କରିବା ପାଇଁ ବଡ଼ ବଡ଼ ପେଣ୍ଡଳ ରେ ପୂଜା ପାଇଁ କ୍ଳବ ର ସଦସ୍ୟ ମାନେ ମୂର୍ତି ବନାଇବା ପାଇଁ କହିଛନ୍ତି। ଏଥି ସହିତ ମୂର୍ତି କିଣିବା କୁ ଆସୁଥିବା ଭକ୍ତ ମାନେ ମୂର୍ତି ର ମୂଲ୍ୟ ଅଧିକା ହୋଇଥିଲେ ମଧ୍ୟ ମଧ୍ୟ ମୂର୍ତି କିଣା କିଣି ରେ ବ୍ୟସ୍ତ ଥିବା ଦେଖିବା କୁ ମିଳିଛି ।ମୂର୍ତି ବନାଉଥିବା କାରିଗର ମାନେ ବେଶ ଉତ୍ସାହିତ ଦେଖା ଯାଉଥିବା ବେଳେ ଭକ୍ତମାନଙ୍କ ମଧ୍ୟରେଭି ବେଶ ଉତ୍ସାହ ଦେଖା ଯାଇଛି । କରନାର କଟକନା ରେ କୋହ୍ଲ ହୋଇଥିବା ରୁ ଯୁବ ପିଡି ମାନଙ୍କ ମଧ୍ୟ ରେ ବେଶ ଉତ୍ସାହ ଦେଖା ଯାଇଛି I ଏତେ ଦର ହେଲେ ମଧ୍ୟ ଗଣେଶ ମୂର୍ତି ନେଇ ପୂଜା କରିବା ପାଇଁ ଉତ୍ସାହ ଦେଖିବା କୁ ମିଳିଛି । ବର୍ଷା ହେଲେ ମଧ୍ୟ ପୂଜା ରେ କିଛି ପ୍ରଭାବ ପଡିବ ନାହିଁ ବୋଲି ଭକ୍ତମାନେ ଆଶା ପ୍ରକଟ କରିଛନ୍ତି ଓ ଏହି ବର୍ଷ ଗଣେଶ ପୂଜା ବହୁ ଆଡ଼ମ୍ବର ରେ ପାଳନ କରିବେ ବୋଲି କହିଛନ୍ତି ।ଛୋଟ ପିଲା ଠୁ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା ରେ ଅଛନ୍ତି ଗଣେଶ ପୂଜା ଧୁମ ଧାମ ରେ ପାଳନ କରିବା ପାଇଁ । ମୂର୍ତ୍ତିକାର ମାନେ ମଧ୍ୟ ବେଶ ଉତ୍ସାହିତ ଥିବା ର ଦେଖିବା କୁ ମିଳିଛି |
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |