ଗଭିର ସମୁଦ୍ରରେ ଶଣ୍ଢ

ଫୋକସ ପ୍ଲସ(ପାରାଦୀପ)୧୩/୦୮/୨୦୨୨: ଭିର ସମୁଦ୍ରରେ ଶଣ୍ଢ,ନିଜକୁ ବଞ୍ଚେଇବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ, ସମୁଦ୍ରର ଢେଉ ମାଡରେ ସଣ୍ଢଟି ନିଜ ଜୀବନ ବଞ୍ଚେଇବା ପାଇଁ ରାତିସାରା ସଂଘର୍ଷ | ପାରାଦୀପ ବନ୍ଧର ନିଷିଦ୍ଧାଞ୍ଚଳ ବର୍ଥ ଭିତରକୁ ଷଣ୍ଢଟି ଯାଇ ସମୁଦ୍ର ଭିତରେ ଖସି ପଡିଥିଲା, ଷଣ୍ଢଟି ଖସି ପଡିଥିବା କାହାରି ନଜର ପଡି ନଥିଲା, ସମୁଦ୍ର ଭିତରେ ସଣ୍ଢଟି ନିଜର ଜୀବନ ବଞ୍ଚାଇବା ପାଇଁ ସାରାରାତି ସଂଘର୍ଷ କରିଥିଲା, ସକାଳ ହେବାପରେ ବନ୍ଦର କର୍ମଚାରୀଙ୍କ ନଜର ପଡିଥିଲା, ସଣ୍ଢଟି ଜୀବନ ବଞ୍ଚାଇବା ପାଇଁ ପ୍ରଣ ମୂର୍ଚ୍ଛା ଉଦ୍ୟମ କରୁଥିବାର, ନଜର ପଡିବା ମାତ୍ରେ ବନ୍ଦର କର୍ମଚାରୀ ବୋଟ ନେଇ ବୁଡି ଯାଉଥିବା ସଣ୍ଢ ପାଖରେ ପହଁଚି, ସଣ୍ଢକୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ | ଦୁଇ ଘଣ୍ଟା ପ୍ରଚେଷ୍ଟା କରିବା ପରେ ସଣ୍ଢକୁ ଉଦ୍ଧାର କରିଥିଲେ ବନ୍ଦର କର୍ମଚାରୀମାନେ | ଏଥିରୁ ଯାହା ଜଣାଯାଏ, ଯାହାକୁ ରଖିବେ ଅନନ୍ତ ,କେ କରିବ ବଳବନ୍ତ | ପ୍ରକ୍ରୁତରେ ଅଥଳ ଜଳରେ ସଣ୍ଢଟିର ଭଗବାନଙ୍କୁ ଆକୁଳ ଚିତ୍କାର ଓ ବନ୍ଦର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ସଣ୍ଢିଟି ନୁତନ ଜୀବନ ଦାନ ପାଇଲା |

ପାରାଦୀପରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *