ଗରିବଙ୍କୁ ଶିକ୍ଷା ଯୋଗାଇବ ଅଂଶୁମାନ ଟ୍ରଷ୍ଟ

ଫୋକସ ପ୍ଲସ(ରସୁଲପୁର)୨୩/୦୮/୨୦୨୨: ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ୱଚ୍ଛା ସେବି ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆଜି ଭିନ୍ନ ଏକ ପ୍ରୟାସ ରେ ସେବା କାର୍ଯ୍ୟ ଜାରି ରଖି ଵାର ଦେଖିବାକୁ ମିଳିଛି | ଚଳିତ ବର୍ଷ ଦଶମ ଶ୍ରେଣୀ ରେ ଭଲ ନମ୍ବର ରଖି କିଛିଗରିବ, ବାପା ମା ଛେଉଣ୍ଡ ପିଲା ପାସ କରିଥିଲେ ମଧ୍ୟ ଅର୍ଥ ଅଭାବ ରୁ ପାଠ ପଢ଼ା ରେ ଡୋରି ବନ୍ଧା ହେବାକୁ ଯାଉଥିଲା | ମନରେ ଅନେକ ଇଛା, କିଏ ଶିକ୍ଷକ ହେବାକୁ ଇଛା ତ, ଆଉ କିଏ ଡାକ୍ତର ହେବାକୁ ଇଛା | କିନ୍ତୁ କଣ କରିବେ ଭଗବାନ ତ ତାଙ୍କୁ ଏପରି ପରିବାର ରେ ଜନ୍ମ ଦେଇଛନ୍ତି ଯେ, ଇଚ୍ଛା ଥିଲେ ବି ବେସାହାରା | ଯାହେଉ ଏ ମାନଙ୍କ ବିଷୟରେ କୌଣସି ସୂତ୍ରରୁ ଅଗ୍ରଣୀ ସ୍ୱଚ୍ଛା ସେବି ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଖବର ପାଇ ଥିଲେ | ଟ୍ରଷ୍ଟ ର ପରିଚାଳକ ସଦସ୍ୟ ରାଜା ଓ ଅନ୍ୟ ସଦସ୍ୟ ମାନେ ଦ୍ୱରା ସେମାନଂକୁ ଡାକି ଜାରକା ରେ ଥିବା ଟ୍ରଷ୍ଟ କାର୍ଯ୍ୟାଳୟ ରେ ସେମାନଂକୁ କଲେଜ ରେ ନାମ ଲେଖା ପାଇଁ, ଯାହା ଅର୍ଥ ଦରକାର ଦେଇ ଥଲେ l ଜୀବନ ସାରା ପାଠ ପଢିବାରେ ଯାହା ଆବଶ୍ୟକ ସବୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଯାହା ହେଉ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପାଇଁ ଏମାନଙ୍କର ଆଗାମୀ ଭବିଷ୍ୟତ ଓ ଆମର ଆଗାମୀ ପିଢ଼ି ନିରକ୍ଷରରୁ ବଞ୍ଚିତ ହେଲେ | ଆଗାମୀ ଦିନରେ କେହି ପାଠ ପଢ଼ାରୁ ବଞ୍ଚିତ ନେହେବେ ତାହା ପ୍ରତି ଟ୍ରଷ୍ଟ ସଦା ସର୍ବଦା ନଜର ରଖି ତାଙ୍କୁ ସାହାଯ୍ୟ କରାଯିବ ବୋଲି ଟ୍ରଷ୍ଟ ର ସମ୍ପାଦକ କହିଥିଲେ |

 

ରସୁଲପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ ଟିଭି |

Leave a Reply

Your email address will not be published. Required fields are marked *