ଗରିବଙ୍କ ପାଖରେ ଅପହଞ୍ଚ ସରକାରୀ ଯୋଜନା

ଫୋକସ ପ୍ଲସ(କଣ୍ଟାପଡା)୦୯ /୦୮/୨୦୨୨:ସରକାରଙ୍କ ଯୋଜନା ମାଳ ମାଳ କଥା ରେ ଅଛି ଦ୍ୱୀପ ତଳ ଅନ୍ଧାର. ପ୍ରତି ନିର୍ବାଚନ କୁ ସରକାର ଙ୍କ ଲୋକାଭିମୁଖୀ ଯୋଜନା କରୁଥିବା ବେଳେ ଏ ଯୋଜନା ଆସୁଛି ସତ କିନ୍ତୁ ଅସହାୟ ଗରିବ,ଆଦିବାସୀ ଦଳିତ ଙ୍କ ପାଖରେ ପହଂଚିବା ସାତ ସପନ.ଏ ସବୁ ଯୋଜନା କାହାପାଇଁ ଏବଂ କାହା ସ୍ୱାର୍ଥ ରେ ବ୍ୟବହାର କରାଯାଉଛି ଏହା ଏବେ ପ୍ରଶ୍ନ ବାଚୀ. ଓଡିଶା ର ରାଜଧାନୀ ଭୁବନେଶ୍ୱର ରୁ ମାତ୍ର 25 କିଲୋମିଟର ଦୂର କଣ୍ଟାପଡା ବ୍ଲକ ଅଡଶପୁର ପଞ୍ଚାୟତ ରେ ଦୀର୍ଘ ପଚାଶ ରୁ ଉର୍ଦ୍ଧ ବର୍ଷ ହେବ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ପରିବାର ଙ୍କୁ ଦେଖିଲେ ସ୍ପଷ୍ଟ ବୁଝି ହେଉଛି l ଏମାନଙ୍କ କହିବା ଅନୁଯାୟୀ ଏହିଠାରେ 12 ରୁ 15 ପରିବାର ଦୀର୍ଘ 50 ବର୍ଷ ହେବ ରହି ଆସୁଥିବା ବେଳେ ଏମାନଙ୍କ ପାଖରେ ପହଞ୍ଚି ପାରୁନି କୌଣସି ସରକାରୀ ଯୋଜନା l ନା ଅଛି କାହା ପାଖରେ ବିଜୁ ପକାଘର ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନା ରାସନ କାର୍ଡ l ଯଦି ଭି କିଛି ପରିବାର କୁ ରାସନ କାର୍ଡ ମିଳିଛି ସେଥିରେ ମଧ୍ୟ ଅନେକ ସମସ୍ୟା ଘଟୁଛି ବୋଲି ସେ ପ୍ରକାଶ କରିଛନ୍ତି l ସରକାରଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଏଵଂ ଗମନାଗମନ ଉପରେ ଯେଉଁ ଗୁରୁତ୍ୱ ଦେଉଛନ୍ତି ସେଥିରୁ ବଞ୍ଚିତ ହେଉଛନ୍ତି ଏ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ l ଦୀର୍ଘ ପଚାଶ ବର୍ଷ ରହିଲା ପରେ ମଧ୍ୟ ସରକାର ଏମାନଙ୍କୁ ସ୍ଥାଇ ଜାଗାର କିଛି ବ୍ୟବସ୍ଥା କରି ନାହାନ୍ତି l ଯାହା ଫଳରେ ପିଲା ମାନେ ପାଠ ପଢିବା ପାଇଁ ଗୋଟେ income ସାଟିଫିକେଟ ରେସିଡେଣ୍ଟ ସାର୍ଟିଫିକେଟ ଜାତିଗତ ପ୍ରମାଣ ପତ୍ର ଏସବୁ ବନାଇବାରେ ବାଧା ସୃଷ୍ଟି ହେଉଛି l ବହୁବାର ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସନ୍ତୁଷ୍ଟ ମୂଳକ ଉତ୍ତର ମିଳିନାହିଁ l ଏବେ ଏହା ନବ ନିର୍ବାଚିତ ସରପଞ୍ଚ ତଥା ଯୁବସମାଜସେବୀ ସୁବ୍ରତ କୁମାର ଦାସ (ତପନ )ଏବଂ ସମିତି ସଭ୍ୟା ଶ୍ରୀମତୀ ସୁମିତ୍ର ଚାତରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏବେ ଖାଲି ବାକି ରହିଲା ଦେଖିବାକୁ ଏ ଆଦିବାସୀ ସମ୍ପ୍ରଦାୟ ପରିବାର ଙ୍କ ଦୁଃଖ କେବେ ହଟୁଛି.ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଙ୍କୁ ଭେଟି ସମସ୍ୟା ଉପରେ ଆଲୋଚନା କରିଥିଲେ |

 

କଣ୍ଟାପଡା ରୁ କବି ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *