ଗର୍ଭବତି ପ୍ରେମିକାଙ୍କୁ ପ୍ରେମିକର ପ୍ରତାରଣା

ଫୋକସ ପ୍ଲସ (କନ୍ଧମାଳ)୨୨/୦୭/୨୦୨୨: ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା ଦେବାକୁ ଧମକ । ଏଭଳି ଏକ ଅଭିଯୋଗରେ ସୋନପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ଯୁବତୀ । ଅଭିଯୋଗ ଅନୁସାରେ ବୀରମହାରାଜପୁର ଥାନା କୁମରକେଲି ଗାଁର ନିରଞ୍ଜନ ଖୁରାଙ୍କୁ ପୁଅ ସଂପୃକ୍ତ ଯୁବତୀଙ୍କ ସହିତ ପ୍ରେମ କରିବା ସହ ତାଙ୍କୁ ବିବାହ ପାଇଁ ପ୍ରତିଶୃତି ଦେଇଥିଲେ । ଉଭୟଙ୍କ ମଧ୍ୟରେ ଶାରିରିକ ସଂପର୍କ ମଧ୍ୟ ଗଢ ଉଠିଥିଲା । କିନ୍ତୁ ଯୁବତି ଜଣକ ଯେତେବେଳେ ଯୁବକଙ୍କ ଘରକୁ ଯିବା ପାଇଁ କହିଲେ ଯୁବକ ତାକୁ ନେବା ପାଇଁ ମନା କଲେ । ଏମିତିକି ଯୁବତୀଙ୍କ ଚାରୀ ମାସର ଗର୍ଭକୁ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏନେଇ ବୀରମହାରାଜପୁର ଥାନାରେ ଯୁବତି ଜଣକ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ପକ୍ଷରୁ ଉଭୟଙ୍କୁ ବୁଝା ସୁଝା କରି ଛାଡି ଦେଇଥିଲା । ପରେ ପୁଣି ଯୁବକ ଜଣକ ପ୍ରତାରଣା କରିବା ସହ ତାଙ୍କୁ ଗ୍ରହଣ କରିନଥିଲେ । ଏବେ ପୁଣି ଦୁଇ ମାସର ଗର୍ଭବତି ଥିବାବେଳେ ସେ ନ୍ୟାୟ ଦାବି କରିଛନ୍ତି । ନଚେତ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ବୋଲି ଚେତାବନି ଦେଇଛନ୍ତି ।

 

ସୁବର୍ଣପୁରରୁ ସହଦେଵ ମେହେର ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *