ରେମୁଣା, ବାଲେଶ୍ୱର31/122023; ରେମୁଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନିକଟ ସୀଙ୍ଗିଲା ହର୍ଷପୁରା ଛକରେ ଥିବା ନିଜର ଗହଣା ଦୋକାନ ରୁ ପ୍ରାଣକୃଷ୍ଣ କମିଲା ସନ୍ଧ୍ୟା ୭.୨୦ରେ ଦୋକାନ ବନ୍ଦ କରି ନିଜ ଘର ରାଧାନଗର କୁ ଫେରିଥିବା ବେଳେ ପାଟଣା ରାଇପୁର ସାଂଶୁଆ ପୋଲୋ ନିକଟରେ ଲୁଟ୍ ହୋଇଥିଲା। ସମାନ ଦିଗରୁ ୨ଟି ପଲ୍ସର ଗାଡିରେ ୫, ଜଣ ଦୁର୍ବୃତ ଶ୍ରୀ କମିଲା ଙ୍କୁ ଅଟକାଇ ବନ୍ଧୁକ ରୁ ଉପରକୁ ଫାଙ୍କା ଗୁଳି ଚାଳନା କରିଥଲେ। ପରେ ଶ୍ରୀ କମିଲା ଙ୍କ ଡିକି ଭାଙ୍ଗି ଥିଲେ ଏବଂ ସେଥିରେ ଥିବା ୧୦୦ଗ୍ରାମରୁ ଉର୍ଦ୍ଧ ସୁନା ଗହଣା ଓ ୨କିଲୋ ରୁ ଉର୍ଦ୍ଧ ରୂପା ଗହଣା ଲୁଟ କରି କ୍ଷୀରଚୋରା ରାସ୍ତା ଆଡ଼କୁ ତୀବ୍ର ଗତିରେ ପଳାଇ ଯାଇଥିଲେ। ଶ୍ରୀ କମିଲା ଥାନାରେ ଖବର ଦେବା ପରେ ରେମୁଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଗୋଟିଏ ଖୋକା ଉଦ୍ଧାର କରିଥିଲେ। ପୁଲିସ ସ୍ଥାନୀୟ ସିସି କ୍ୟାମେରା ଯାଞ୍ଚ କରି ବା ସହିତ ଉପସ୍ଥିତ ଗ୍ରାମବାସୀଙ୍କ ଠାରୁ ଘଟଣା ସଂପର୍କରେ ବୁଝିଥିଲେ। ଏ ନେଇ ଥାନା ରେ ଏକ ମାମଲା ୨୪୩/୨୩ ରୁଜୁ କରାଯାଇଛି ।