ଗହ୍ମା ପୂର୍ଣ୍ଣିମା ଅବସରରେ ଗହ୍ମା ଡିଆଁ ଅନୁଷ୍ଠିତ

ଫୋକସ ପ୍ଲସ ୧୧/୬/୨୨ (ବୋରିଗୁମ୍ମା): ଗହ୍ମା ପୂର୍ଣ୍ଣିମା ଅବସରରେ ଆଦିବାସୀ ଅଞ୍ଚଳରେ ଗହ୍ମା ଡିଆଁ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସେମଳା ଗ୍ରାମଠାର ଏହି ଗହ୍ମା ଡିଆଁ ବାହୁ ଆଡ଼ମ୍ଭର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି ଗହ୍ମା ଡିଆଁ ଖେଳ ସେମଳା ଗ୍ରାମବାସୀ ଆୟୋଜନ କରିଥିବା ବେଳେ ବୋରିଗୁମ୍ମା ଜୋନ ୩ର ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ସତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଜୟ ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଚାଷୀ ମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି । ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।ଦକ୍ଷିଣ ଓଡ଼ିଶାରେ ଏବେ ମଧ୍ୟ ବିଭିନ୍ନ ସ୍ନାନରେ ମଧ୍ୟ ଗହ୍ମା ଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି । ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ । ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ । ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ଦେଖିବାକୁ ମିଳୁଥିବା ବେଳେ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖାଦେଇଛି । କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତେବେ ବୋରିଗୁମ୍ମା ବ୍ଲକର ସେମଳା ଗ୍ରାମର କିଛି ଯୁବକ ଏବଂ ଗ୍ରାମବାସୀ ଏହି ପରମ୍ପରା କୁ ଆଜି ମଧ୍ୟ ଜୀବିତ ରଖିଥିବାରୁ ସମସ୍ତଙ୍କ ମନରେ ଖୁସି ଭରି ଦେଇଛି । ଆଜିର ହେଇ ଗହ୍ମା ଡିଆଁ ଖେଳ ଦେଖିବା ପାଇଁ ସହ ସହ ଲୋକ ଜମା ହୋଇ ଥିବା ବେଳେ ପ୍ରତିଯୋଗି ମାନଙ୍କ ମନରେ ମଧ୍ଯ ଆନନ୍ଦ ଖେଳି ଯାଇଛି । ଏହାକୁ ବଞ୍ଚାଇ ରଖିବା ପାଇଁ ଲୋକଙ୍କୁ ନିବେଦନ କରିଥିବା ବେଳେ ଆଗାମୀ ବର୍ଷ ଅଧିକ ଆଡ଼ମ୍ବରରେ ଆୟୋଜନ କରିବା ପାଇଁ ଜିଲ୍ଲା ପରିଷଦ ପିଙ୍କୁ ଶଥପତି କହିଛନ୍ତି |

ପୁରୁଣା ପରମ୍ପରା ଦିନ କୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଗହ୍ମା ଡିଆଁ ଖେଳକୁ ଜୀବିତ ରଖି ଥିବାରୁ ଦଶକଙ୍କ ସହିତ ଅଞ୍ଚଳରେ ଖୁସିର ମାହଲ ଖେଳି ଯାଇଛି |

ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *