ଅଜଣା ରୋଗ ଆତଙ୍କ

ଫୋକସ ପ୍ଲସ(ମାଲକାନଗିରି)୧୦/୦୯/୨୦୨୨: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ ହଳଦିକୁଣ୍ଡ ଗାଁ ରେ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । ଗତ ସପ୍ତାହ ଭିତରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ମୁଖ୍ୟ ଚିକିତ୍ସା କୁ ସ୍ଥାନାନ୍ତର କରିବା ସମୟ ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେ ହେଲେ ହଳଦିକୁଣ୍ଡ ଗାଁ ର ମାସା ମାଡ଼କାମି। ଅନ୍ୟପକ୍ଷରେ କ୍ବାକ ଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି। ଶୁକ୍ରବାର ସଂପୃକ୍ତ କ୍ବାକ କୁ ଗିରଫ କରି ମାଥିଲି ପୋଲିସ ତରଫରୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସାଲିମି ର ନରେନ୍ଦ୍ର ମାଦ୍ରୀ । ସଂପୃକ୍ତ କ୍ବାକଙ୍କ ବିରୋଧରେ ମାଥିଲି ସବଡିଭିଜନ ମେଡିକାଲ ର ଅଧିକାରୀ ମାଥିଲି ଥାନାରେ ଲିଖିତ ଅଭିଯୋଗ ପରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ନେଇ ଥାନାରେ ୧୮୨/୨୦୨୨ ଅନୁଯାୟୀ ଅଣ୍ତର ସେକ୍ସନ ୨୭୬/୪୧୭/୪୧୯/୪୨୦ ଆଇପିସି ଦଫା ଅନୁସାରେ ମାମଲା ରୁଜୁ କରାଯାଇଛି । ମିଳିଥିବା ରିପୋର୍ଟ ପ୍ରକାରେ , ଗତ କିଛି ଦିନ ହେବ ହଳଦୀକୁଣ୍ତ ଠାରେ ଅଜଣା ରୋଗ ଦେଖିବାକୁ ମିଳିଛି । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏପଟେ ଲୋକେ କିନ୍ତୁ ଗୁଣିଆ କିମ୍ବା କ୍ବାକ ର ଆଶ୍ରୟ ନେଉଛନ୍ତି । ମାଥିଲି ସବଡିଭିଜନର ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ମେଡିକାଲ ଦଳ ହଳଦିକୁଣ୍ତ ଠାରେ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ୧୫ ଆକ୍ରାନ୍ତଙ୍କୁ ମେଡିକାଲ ଆସିବାକୁ ପରାମର୍ଶ ଦେଇଥିଲେ । ହେଲେ ଡାକ୍ତରଙ୍କୁ ଭରସା ନ କରି ମାତ୍ର ୪ ଜଣ ରୋଗୀ ମାଥିଲି ସବଡିବିଜନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏପଟେ ଡାକ୍ତରଖାନାର ଫାଇଦ କ୍ବାକ ଏବଂ ଗୁଣିଆ ନେଉଥିବା ଦେଖିବାକୁ ମିଳିଥିଲା । ପରେ ସ୍ବାସ୍ଥ୍ୟ ବିଭାଗ ଆକ୍ସନ ମୋଡ କୁ ଆସିଥିଲା । ମାଥିଲି ଥାନାରେ ମାମଲା ପରେ ସଂପକ୍ତ କ୍ବାକକୁ କୋର୍ଟ ଚାଲାଣ କରାଯାଥିବା ମାଥିଲି ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ଏପଟେ ସ୍ବାସ୍ଥ୍ୟ ବିଭାଗ ର ଟିମ୍ ମଧ୍ୟ ଘଟଣାସ୍ଥଳରେ ଲୋକଙ୍କୁ ସଚେତନ କରି ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ଉଦ୍ୟମ କରିଥିବା କହିଛନ୍ତି । ସୂଚନା ଯୋଗ୍ୟ ଯେ , ଗିରଫ କ୍ବାକ ଜଣକ ପୂର୍ବରୁ ଡ୍ରାଇଭର ଥିଲେ ।

Leave a Reply

Your email address will not be published. Required fields are marked *