ଫୋକସ ପ୍ଲସ ୨୩/୧/୨୩(ଗଜପତି):ସାହିକୁ ଯିବା ପାଇଁ ନା ଅଛି ଭଲ ରାସ୍ତା ଟିଏ। ନା ମିଳୁଛି ଶୁଦ୍ଧ ପାଣି ମୁନ୍ଦାଏ ପିଇବାକୁ, ନା ଅଛି ଘରର ଜାଗାର ପ୍ରମାଣପତ୍ର । ମୋଟ ଉପରେ କହିବାକୁ ଗଲେ ଦୀର୍ଘ କୋଡ଼ିଏ ବର୍ଷରୁ ଅଧିକ ହେବ ଏହି ଜାଗାରେ ୧୦ରୁ ୧୫ଘର ଶବର ପରିବାର ଆସି ବସବାସ କରୁଛନ୍ତି ରହିଥିବା ଜାଗାଟି ଲୋଖାରି ଅଭାର୍ଣ୍ଣରେ ଯାଉଥିବାରୁ ସେହି ଜାଗାକୁ ବନ କର୍ମଚାରୀ ମାନେ ଘରର ପ୍ରମାଣପତ୍ର ହେବାକୁ ଦିନଥିବାରୁ ଗତ ୨୦ତାରିଖ ଶୁକ୍ରବାର ଦିନ ସି. ପି. ଆଇ. ଏମ ଦ୍ୱାରା ଗ୍ରାମର କିଛି ଲୋକ ମୋହନା ବ୍ଲକକୁ ଯାଇ ବିଡ଼ିଓ ସାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତିମଧ୍ୟ ସେସବୁ କାରଣ ଯୋଗୁ ସରକାରଙ୍କ ସବୁ ଯୋଜନା ଏଠି ଅପହଞ୍ଚ। ଗଜପତି ଜିଲ୍ଲାର ମୋହନା ବ୍ଲକ ରଙ୍ଗିଆମ୍ବ ଗାଁ ବଣ ଜଙ୍ଗଲ ଘେରା ଶବର ସାହିରେ ଦେଖିବାକୁ ମିଳିଛି ଏପରି ଚିତ୍ର। ମୋ ଗାଁ ମୋ ବିକାଶ କଥା କୁହନ୍ତୁ କି ବସୁଧା ଯୋଜନା କଥା କୁହନ୍ତୁ ସବୁ ଏଠି ଫେଲ୍ ମାରିଛି। ରାଜ୍ୟ ସରକାର ମାଁ ଗର୍ଭ ଠାରୁ ଆରମ୍ଭ କରି ମଶାଣିକି ଯିବା ପଯ୍ୟନ୍ତ ସମସ୍ତ ଯୋଜନା ଯୋଗାଇ ଦେବାଲାଗି ଡିଣ୍ଡିମ ଉପରେ ଡିଣ୍ଡିମ ପିଟୁଥିବା ବେଳେ ଏଠି ସେସବୁ ଅପହଞ୍ଚ ରହିଯାଇଛି।ନାହିଁ ନାହିଁରେ ଜିଉଁଛନ୍ତି ଶବର ଜନଜାତି।ବ୍ଲକ ମୁଖ୍ୟାଳୟ ଠାରୁ ୫୦କିଲୋମଟର ଦୂର ଜଙ୍ଗଲ ମଧ୍ୟରେ ବାସ କରନ୍ତି ୧୦ରୁ ୧୫ଘର ଶବର ପରିବାର । ସାହିରେ ଗୋଟିଏ ନଳକୂପ ଅଛି ସତ କିନ୍ତୁ ନଳକୂପରୁ ବାହାରୁଥିବା ଦୂଷିତ ତଥା କଳଙ୍କଯୁକ୍ତ ପାଣି କୁ ଛାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଆଉ ବିଭିନ୍ନ ରୋଗର ଶିକାର ହେଉଥିବାର କହନ୍ତି ସାହି ବାସୀନ୍ଦା ପଞ୍ଚାୟତ ହେଉ ଅବା ନିକଟସ୍ଥ ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରି ମେଡିକାଲକୁ ଯିବା ପାଇଁ ରାସ୍ତା ଟିଏ ନଥିବା ହେତୁ ପଥୁରିଆ ଖାଲ ଢିପ ବାଟରେ ଯା ଆସ କରନ୍ତି ସାହି ବାସିନ୍ଦା। ରୋଗୀ ପ୍ରସୂତି ମହିଳାଙ୍କୁ ୨କିଲୋ ମିଟର ଖଟିଆରେ ବୋହି ବାହାର କରି ଆମ୍ବୁଲାନ୍ସ ନିକଟକୁ ପହଞ୍ଚେଇଥାନ୍ତି। ପ୍ରଶାସନକୁ ବାରମ୍ବାର ଦରଖାସ୍ତ ପରେ ମଧ୍ୟ ସରକାରୀ ଆବାସ ନ ମିଳିବାରୁ ଝାଟିମାଟି ଘରେ ରହୁଥିବା ସମସ୍ତ ପରିବାର ରହିଥିବା ଦେଖିବାକୁ ମିଳିଛି ।ସରକାର ନିଯୁକ୍ତ କରିଥିବା କର୍ମଚାରୀଙ୍କ ଅବହେଳା ପାଇଁ ଆଧାରକାର୍ଡରେ ବୟସ ଜନିତ ତ୍ରୁଟି ଯୋଗୁଁ ଯୋଗ୍ୟ ବୃଦ୍ଧା ଭତ୍ତାରୁ ବଞ୍ଚିତ ହୋଇ ଦୟନୀୟ ସ୍ଥିତିରେ ଜିଉଁଥିବା ବେଳେ ଆଉ କିଏ ରାସନ୍ କାର୍ଡରୁ ବଞ୍ଚିତ ହୋଇ ପର ହାତ ଟେକାରେ ଚଳୁଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଗୁହାରୀ ଶୁଣିଛି ପ୍ରଶାସନ ।