ଫୋକସ ପ୍ଲସ 8/3/23(ବ୍ୟୁରୋ): ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି ।ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ । ଆଉ ନିଜକୁ ହଜାଇ ଦିଅନ୍ତି ଫଗୁଣର ଫଗୁ ରଙ୍ଗରେ ।
ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ହୋଇଯାନ୍ତି ବ୍ୟାକୁଳ ।
ଏହା ରାଧା ଏବଂ କୃଷ୍ଣଙ୍କ ଅନନ୍ତକାଳ ପ୍ରେମ ପାଇଁ ଆମେ ପାଳନ କରୁ | ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ବେଶ୍ ଧୂମ୍ଧାମ୍ରେ ପାଳିତ ହୋଇଥାଏ ।
ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବା ବେଳେ ଏଥର କରୋନା କଟକଣା ନଥିବାରୁ ଲୋକେ ହୋଲି ଖେଳିବାକୁ ବେଶ୍ ଉତ୍ସାହିତ ଅଛନ୍ତି ।
ଏହି ହୋଲି ପର୍ବରେ ସମସ୍ତେ ଖୁବ ଉତ୍ସାହର ସହ ପାଳନ କରୁଥିବା ଜଣା ପଡ଼ିଛି
WISH YOU HAPPY HOLI TO ALL