ଗାଁ ମୁହାଁ ଏବେ ବନ୍ୟ ଜନ୍ତୁ

ଫୋକସ ପ୍ଲସ 15/3/23(ବ୍ୟୁରୋ): ଏବେ ଗାଁ ମୁହାଁ ହୋଇଛନ୍ତି ଏବେ ବନ୍ୟ ଜନ୍ତୁ | ଖାଲି ଗାଁ ଭିତରେ ନୁହେଁ ଲୋକଙ୍କ ଘର ଭିତରେ ମଧ୍ୟ ପଶି ଯାଉଛନ୍ତି ବଣ୍ୟ ଜନ୍ତୁ ମାନେ | ଯାହା ଫଳରେ କି ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି |ଜଙ୍ଗଲ ନଷ୍ଟ ହେବା କାରଣରୁ ଏବେ ସଂକଟରେ ରହିଛି ବନ୍ୟଜନ୍ତୁଙ୍କ ଜୀବନ ।କେଉଁଠି ସହର ମୁହାଁ ହେଉଛନ୍ତି ଜଙ୍ଗଲୀ ବନ୍ୟଜନ୍ତୁ ତ କେଉଁଠି ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି| ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗାଁର ଟୁନା ସାମଲ ଦୋକାନ ଘରୁ ଏକ ଜଙ୍ଗଲୀ ହରିଣକୁ ଉଦ୍ଧାର କରିଛି ମାଥିଲି ବନାଞ୍ଚଳ କର୍ମଚାରୀ। ତେବେ ଜଣାପଡିଛି ଯେ ଆଜି ସକାଳୁ ଏକ ହରିଣ ସାରଙ୍ଗପାଲ୍ଲୀ ଜଙ୍ଗଲ ଆଡୁ କେନ୍ଦୁଗୁଡା ଅଭିମୁଖେ ଦ୍ରୁତ ଗତିରେ ଦୌଡୁ ଥିବା ଲୋକେ ଦେଖିଥିଲେ।ଯେତେବେଳେ ଗାଁର ଲୋକମାନେ ହରିଣ ଦେଖି ହୋ ହାଲା କରିବା ଫଳରେ ହରିଣଟି ଡରି ଯାଇଥିଲା।ଫଳରେ ଭୟରେ କେନ୍ଦୁଗୁଡା ଗ୍ରମର ଟୁନା ସାମଲ ଦୋକାନ ଭିତରକୁ ପଶି ଯାଇଥିଲା।ହରିଣ ଟି ଭୟରେ ଦୋକାନ ମଧ୍ୟରେ ଥିବା ସାମଗ୍ରୀ କୁ ଦଳା ଚକଡ଼ା ମଧ୍ୟ କରିଥିଲା।ବର୍ତ୍ତମାନ ତ ଜଙ୍ଗଲ ନଷ୍ଟ ହେବାରୁ ଜଙ୍ଗଲୀ ବନ୍ୟଜନ୍ତୁ ଦେଖିବା ସାତ ସପନ ପାଲଟି ଯାଇଛି।ହରିଣ ଟିକୁ ଗାଁ ଜଣକ ଘର ଭିତରେ ଦେଖିବା ପାଇଁ ଗାଁର ଲୋକମାନେ ରୁଣ୍ଡ ହେବା ସହ ଆଖପାଖ ଅଞ୍ଚଳର ବହୁ ଲୋକ ଆସିଥିଲେ ହରିଣଙ୍କୁ ଦେଖିବା ପାଇଁ।ଆଉ ଲୋକଙ୍କୁ ଦେଖି ହରିଣଟି ଭୟରେ ବିଚଳିତ ମଧ୍ୟ ହେଉଥାଏ।ଗାଁର ଲୋକେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କୁ ଫୋନ ଯୋଗେ ଏ ବିଷୟରେ ଜଣାଇଥିଲେ।ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ନାୟକ ସଙ୍ଗେ ସଂଗେ ଏକ ଟିମ ଗଠନ କରି ଜନ୍ତା ସହିତ ଘଟଣା ସ୍ଥଳକୁ ପଠାଇଥିଲେ।ବନ କର୍ମଚାରୀ ମାନେ କେନ୍ଦୁଗୁଡା ଗ୍ରାମରେ ପହଞ୍ଚି ପ୍ରଥମେ ଲୋକ ମାନଙ୍କୁ ହଟେଇବା ପରେ ହରିଣ ଟି ଶାନ୍ତ ହୋଇଥିଲା।ହରିଣ ଟି ଶାନ୍ତ ହେବା ପରେ ବନ କର୍ମଚାରୀ ମାନେ କୌଶଳ କରି ହରିଣ ଟିକୁ କାବୁ କରି ଯନ୍ତାରେ ଭର୍ତ୍ତି କରି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଏବଂ ଗୋବିନ୍ଦପାଲ୍ଲୀ ଠାରେ ଥିବା ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ । ଏବଂ ହରିଣ ଟି ସାମାନ୍ୟ କ୍ଷତ ହୋଇ ଥିବାରୁ ପ୍ରାଣୀ ଚିକିତ୍ସାକଙ୍କୁ ଡକାଇ ସୁରକ୍ଷିତ ଭାବେ ପ୍ରାଥମିକ ଚିକିତ୍ସା କରାଯାଇଛି।ଏବଂ ହରିଣ ଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।ତେବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପର୍ଯ୍ୟନ୍ତ ହରିଣକୁ ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯିବ ବୋଲି ସୂଚନ ମିଳିଛି ।ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହରିଣ ଟିକୁ ସୁରକ୍ଷିତ ଭାବେ ଘନ ଜଙ୍ଗଲ ମଧ୍ୟରେ ଛଡା ଯିବ ବୋଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କହିଛନ୍ତି I

Leave a Reply

Your email address will not be published. Required fields are marked *