ଗାଁ ମୁହାଁ ହାତୀ ପଲ ଚିନ୍ତାରେ ଚାଷୀ ||

ଫୋକସ ପ୍ଲସ 17/12/2022(ବାଙ୍କୀ): ଗତକାଲି ବିଳମ୍ବିତ ରାତିରେ ଡମପଡା ଚନ୍ଦକା ଅଭୟରଣ୍ୟରୁ ଚାରି ଟିକିଆ ହାତୀ ପଲ ଆସି ବାଙ୍କୀ ବାଆଁରା ରାମଚଣ୍ଡି ଅଞ୍ଚଳରେ ଚଳାଇଛନ୍ତି ଉତ୍ପାତ। ଧାନ ଖଳାରେ ଗଦା ହୋଇ ରହିଥିବା ଅମଳ ଧାନକୁ ଦଳି ଚକଟି ନଷ୍ଟ କରିଦେଇଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦାଙ୍କ ଘର ପାଚେରୀ ଭାଙ୍ଗି ଚାଷୀର ଅମଳ ଚୂନା ଧାନ ଖାଇ ହାତୀ ପଲ ମାରିଛନ୍ତି ଚମ୍ପଟ । ସେପଟେ ହାତୀ ପଲ ଜନ ବସତି ମୁହାଁ ନେଇ ଭୟଭୀତ ସ୍ଥାନୀୟ ବାଆଁରା ଓ ରାମଚଣ୍ଡି ଓ ଭଗିପୁର ଅଞ୍ଚଳର ଅଧିବାସୀ । ଖବର ପାଇ ଘଟଣା ସ୍ଥଳରେ ଭଗିପୁର ବନକର୍ମଚାରୀ ଓ ବନପାଳ ସଂଜୀବ ବେହେରା ପହଂଚି ହାତୀଙ୍କ ଗତିବିଧି ଉପରେ ରଖିଛନ୍ତି ନଜର। ସେପଟେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ସେପଟେ ଜନ ବସତି ମୁହାଁ ହେଉଥିବା ହାତୀ ମାନଙ୍କ ଠାରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲେ ଗ୍ରାମବାସୀ ଓ ଚାଷୀ। ସୂଚନା ଥାଉକି ଏହି ଦୁଇ ଦିନ ମଧ୍ୟରେ ଆଠଗଡ଼ ସୁକାଶନରୁ ଆସିଥିବା ୧୬ ଟିକିଆ ହାତୀ ପଲ୍ହ ପ୍ରଥମେ ଭଗିପୁର ଅଞ୍ଚଳରେ ଏକର ପନିପରିବା ସହିତ ଧାନ ଫସଲ ଖାଇ।ପରେ ଦଳି ଚକଟି ନଷ୍ଟ କରି ଚାଲିଯାଇଥିଲେ ନିକଟ ଡମପଡା ଚନ୍ଦକା ଅଭୟରଣ୍ୟ। ଯାହାର ଭୟ ଚାଷୀଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ବାଆଁରା ଅଞ୍ଚଳରେ ଏଭଳି ହାତୀ ପଲଙ୍କ ଉନ୍ମୋଦ କାଣ୍ଡକୁ ନେଇ ଫସଲ ସହିତ ଗ୍ରାମବାସୀ ନିଜର ସୁରକ୍ଷାକୁ ନେଇ ଘାରିଛି ଚିନ୍ତା ।

Leave a Reply

Your email address will not be published. Required fields are marked *