ଗାଇଗୋରୁ ଏବଂ ଭାରିଯାନ କବଜାରେ ସହରର ମୁଖ୍ୟରାସ୍ତା

ଫୋକସ ପ୍ଲସ (ରାଜଗାଙ୍ଗପୁର) ୦୬/୦୭/୨୦୨୨: ରାଜଗାଙ୍ଗପୁର ପୋୖରାଞ୍ଚଳରେ ଗୋଟିଏ ପଟେ ଲିପଲୋଇ ଠାରୁ ଆରମ୍ଭକରି ବଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ବୁଲା ଗାଈଗୋରୁଙ୍କର କବଜାରେ ଏବଂ ଅନ୍ୟପଟେ ସ୍ଥାନୀୟ ସିମେଣ୍ଟ କାରଖାନାରୁ ସିମେଣ୍ଟ ପରିବହନ କରୁଥିବା ଭାରିଯାନ ଗୁଡିକ ରାଣିବନ୍ଧ ନିକଟସ୍ଥ ହରିମେସିନ ସମ୍ମୁଖରୁ ମାଟିଗେଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵକୁ କବଜା କରି ରଖିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି।ସଂଧ୍ୟାସମୟରେ ସହରର ମୁଖ୍ୟରାସ୍ତା ମଝିରେ ବୁଲାଗାଇଗୋରୁ ବିଚରଣ କରିବା ସହିତ ଶୋଇରହୁଛନ୍ତି।ଯାହା ଫଳରେ ଗାଡିଚାଳକ ଏବଂ ପାଦଚଲା ସାଧାରଣ ଲୋକେ ଯିବା ଆସିବା ସମୟରେ ବିଭିନ୍ନ ପ୍ରକାରର ଅସୁବିଧା ଏବଂ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଦିନ ସାରା ବୁଲା ଗାଈଗୋରୁ ବିଭିନ୍ନ ଗଳି କନ୍ଦିରେ ବୁଲି ଖାଦ୍ୟ ଖାଇଥିବା ବେଳେ ସନ୍ଧ୍ୟା ହେବା ମାତ୍ରେ ରାସ୍ତା ଉପରକୁ ଚାଲି ଅସୁଛନ୍ତି।ଏହି ମୁଖ୍ୟରାସ୍ତାରେ ସ୍କୁଲ,କଲେଜ,ବ୍ୟାଙ୍କ,ବଷ୍ଟାଣ୍ଡ, ରେଳଷ୍ଟେସନ ସମେତ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି।ରାଜଗାଙ୍ଗପୁର ସହରରେ ଦିନକୁଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।ସେହିଭଳି ରାଣିବନ୍ଧ ନିକଟରେ ଥିବା ହରିମେସିନ ନିକଟରୁ ଆରମ୍ଭ କରି ମାଟିଗେଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ସିମେଣ୍ଟ ବୋଝେଇ କରିବା ପାଇଁ ଆସୁଥିବା ଶତାଧିକ ଟ୍ରକ ଠିଆ କରିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଧର୍ମକୁ ଆଖିଥଠାର ମାରିବା ଭଳି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଉଛି। ପରିବହନ ବିଭାଗ ଜୋରିମାନା ଆଦାୟ କରିସାରିବାପରେ ଚିରନିଦ୍ରାରେ ରହିଯାଉଛନ୍ତି।ସ୍ଥାନୀୟ ଟ୍ରାଫିକ ସମସ୍ୟା ଉପରେ କୌଣସି ପ୍ରକାରର ଗୁରୁତ୍ୱ ଦେଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।ସହରରେ ଟ୍ରାଫିକ ସମସ୍ୟା ହେବା ପଛରେ ବୁଲା ଗାଈଗୋରୁ ଏବଂ ରାସ୍ତାର ଉଭୟ ପାର୍ଶ୍ଵରେ ଭାରିଯାନ ପାର୍କିଂ ମୁଖ୍ୟ କାରଣ। ସହରର ମୁଖ୍ୟ ପ୍ରବେଶ ପଥ ଜଗନ୍ନାଥ ମନ୍ଦିର, ଲିପଲୋଇ ଛକ ସନ୍ଧ୍ୟା ହେଲେ ଗାଇ ଗୁହାଳରେ ପରିଣତ ହେଇଯାଉଛି ଏବଂ ହରିମେସିନ ନିକଟରୁ ମାଟିଗେଟ ପର୍ଯ୍ୟନ୍ତ ଉଭୟପାର୍ଶ୍ୱକୁ ଭାରିଯାନ ପାର୍କିଂ କରିବା ଯୋଗୁଁ ଜନସାଧାରଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପୌରାଞ୍ଚଳର ବାସିନ୍ଦା ନିଜ ନିଜ ଗାଈଗୋରୁଙ୍କୁ ଖୋଲା ଛାଡି ଦେଉଛନ୍ତି ଏବଂ ରାସ୍ତାର ଉଭୟ ପାର୍ଶ୍ଵରେ ପାର୍କିଂ କରାଯାଉଥିବା ଗାଡ଼ିଗୁଡିକ ଉପରେ ସ୍ଥାନୀୟ ସିମେଣ୍ଟ କମ୍ପାନୀ କତ୍ତୃପକ୍ଷ ଗାଡିମାଲିକଙ୍କ ସମେତ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି।ଯାହାଦ୍ବାରା ସମଗ୍ର ପୋୖରାଞ୍ଚଳର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଛି। ପୌରପାଳିକା କର୍ତ୍ତୃପକ୍ଷ ଗୋରୁ ମାଲିକ ଏବଂ ଗାଡୀମାଲିକଙ୍କ ବିରୁଦ୍ଧରେ କୌଣସି ପ୍ରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନେଉନଥିବା ଯୋଗୁଁ ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି।ସ୍ଥାନୀୟ ପ୍ରଶାସନ ଦ୍ୱାରା ଗାଇ ମାଲିକ ଏବଂ ଗାଡି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହିତ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *