ଗାଇ ଗୋଠ ଧରି ଫେରୁଥିଲେ ନଦୀରେ ଭାସିଗଲେ

ଫୋକସ ପ୍ଲସ(ନର୍ଲା)୨୦/୦୮/୨୦୨୨: ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଘୋଡାବନ୍ଦ ଗ୍ରାମ ପଞ୍ଚାୟତ ସ୍ଥିତ ଯୋଡବନ୍ଦ ଗାଁ ର ସାନନ୍ଦ ଗଡତିଆ ଯାହାର ବୟସ ୭୧ ବର୍ଷ। ଗାଁ ପାଖ ଦେଇ ସାନ୍ଦୁଲ ନଦୀ ଯାଇଥିବାରୁ ନଦୀରେ କମ ପାଣି ଆସୁଥିବା ଯୋଗୁଁ ପାର ହୋଇ ଗାଇ ଗୋରୁ ଙ୍କୁ ଚରାଇବା ପାଇଁ ଯାଇଥିଲେ ୭ ଜଣ ଲୋକ, କିନ୍ତୁ ଫେରିବା ସମୟରେ ଛାତି ରୁ ଅଧିକ ପାଣି ଆସିବାରୁ ୬ ଜଣ ନଦୀ କୁଳରେ ପହଞ୍ଚି ଥିଲେ କିନ୍ତୁ ସାନନ୍ଦ ଗଡତିଆ କୁଳକୁ ପହଞ୍ଚିବା ଆଗରୁ ନଦୀର ପାଣି ହଠାତ୍ ବଢିବା ସହ ସ୍ରୋତ ଅଧିକ ଥିବାରୁ ପାଣି ଭସାଇ ନେଇଥିଲା। ପରେ ଖବର ପାଇଁ ପରିବାର ଲୋକେ ନର୍ଲା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ସନ୍ଧ୍ୟା ସମୟ ହୋଇଥିବାରୁ ଖୋଜା ଖୋଜି ନକରି ଫେରିଯାଇଥିଲେ କିନ୍ତୁ ତାପର ଦିନ ଅର୍ଥାତ୍ ଆଜି ସକାଳେ ସାନ୍ଦୁଲ ନଦୀ ବ୍ରିଜ ଉପରେ ରହି ଖୋଜାଖୋଜି କରିବା ସହ ସ୍ଥାନୀୟ କର୍ଲାମୁଣ୍ତା, ରାମପୁର ଓ କେସିଙ୍ଗା ଦମକଲ କୁ ମଧ୍ୟ ଫୋନ କରିଥିଲେ।

ନର୍ଲା ଯୋଡାବନ୍ଦ ରୁ ଧନୁର୍ଯ୍ୟ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *