ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁପୁତ୍ର, ଚାଲିଗଲା ଜୀବନ || FocusPlus

ଫୋକସ ପ୍ଲସ 23/12/2022(କେନ୍ଦ୍ରାପଡ଼ା): ପୋଖରୀରେ ବୁଡି ୩ ଶିଶୁପୁତ୍ର ମୃତ। କେନ୍ଦ୍ରାପଡ଼ା ରାଜନଗର ଥାନା ବିସ୍ଥାପିତ ଅଞ୍ଚଳ ବଗପାଟିଆରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ବିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡାଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ ଶୁକ୍ରବାର ମଧ୍ୟାହ୍ନରେ ବଗପାଟିଆ ଗାଁର ୩ ଜଣ ଶିଶୁପୁତ୍ର ଶେଷ ମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।ଦୀର୍ଘ ଦେଢ ଘଣ୍ଟା ପରେ ଏହି ୩ ଶିଶୁ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ପୋଖରୀ କୂଳରେ ଚପଲ ପଡିଥିବା ଦେଖି ସ୍ଥାନୀୟ ଲୋକେ ପାଣିରେ ଖୋଜାଖୋଜି କରିଥିଲେ। ଏହି ସମୟରେ ମୁର୍ମୁଷ ଅବସ୍ଥାରେ ୩ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ତେବେ ଡାକ୍ତର ସେଠାରେ ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି। ୩ ମୃତକ ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ବିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡା ବୋଲି ଜଣାପଡ଼ିଛି। ସମସ୍ତଙ୍କ ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସାତଭାୟା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *