ଗିରଫ ହେଲେ ଦୁଷ୍କର୍ମକାରୀ

ଫୋକସ ପ୍ଲସ(ପାରାଦୀପରୁ)୨୯/୦୮/୨୦୨୨: ପାରାଦିପ ଆଶା କର୍ମୀ ଗଣଦୁର୍ଷଣ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ | ପିଡିତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ ସଂଘଠନ,ମହିଳା ସମିତି, ଆଶାକର୍ମୀ ଓ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ ସହିତ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଥିଲା | ଗତ ୨୬ ତାରିଖ ଅପରାହ୍ନରେ ଜୈନିକା ଆଶା କର୍ମୀ ସଣ୍ଡକୁଦ ରୁ ନୂଆବଜାର କୁ ଯାଉଥିଲ, ଅଧାବାଟରେ ଚାରି ଜଣ ଯୁବ ଟେକି ନେଇ ନେହୁରବଙ୍ଗାଳା ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିବା ପଡିତା ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ | ଦୁଷ୍କର୍ମ କାରୀଙ୍କୁ ଗିରଫ ପାଇଁ ବଭିନ୍ନ ମହଲରୁ ଦାବି ହୋଇଥଲା | ପୋଲିସ ପିଡିତା ର ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିସାରିଛି | ଅଧିକ ତଦନ୍ତ ପାଇଁ ଦୁଷ୍କର୍ମ କରାଯାଇଥିବା ସ୍ଥାନକୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିଛି | ଦୁଷ୍କର୍ମ କରିଥିବା ଯୁବକଙ୍କ ମଧ୍ୟରୁ ଗତକାଲି ମୁଖ୍ୟ ସଡଯନ୍ତ୍ରକାରୀ ସହ ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିଲା, , ତେବେ ଫେରାର ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ କରିବାକୁ ମହିଳା ସଂଘ ଗୁଡିକ ଦାବିକରି ବିକ୍ଷୋଭ ପଦର୍ଶନ କରିଥିଲେ, ଆଜି ଆଦର୍ଶ ଥାନା ପୋଲିସ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିବା ଥାନା ଗଣମାଧ୍ୟମକୁ ଅଧୀକାରିଣୀ ସୁଭଲକ୍ଷ୍ମୀ ପୁଜାରୀ ସୁଚ଼ନା ଦେଇଛନ୍ତି |

ପାରାଦୀପରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *