ଗିରଫ ହେଲେ ୩ ଡକାୟତ

ନିମାପଡା ବଜାର ନିକଟସ୍ଥ ତ୍ରିନାଥମାର୍ଗ କୁଶଭଦ୍ରା ନଦୀ ବନ୍ଧ ଉପରେ କିଛି ଡ଼କାୟତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ଖବର ପାଇଁ ନିମାପଡା ଥାନା ପୋଲିସ ଅତର୍କିତ ସେଠାରେ ଚଢାଉ କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଡ଼କାୟତ ଙ୍କୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ୨ଜଣ ଡ଼କାୟତ ଅନ୍ଧାର ର ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ଡ଼କାୟତ ମାନଙ୍କ ଠାରୁ କଟୁରୀ, ଖଣ୍ଡା, ଲଙ୍କାଗୁଣ୍ଡ, ଡିଆସିଲି ଜବତ କରାଯାଇଥିବା ଗୋଟିଏ ମୋଟର ସାଇକେଲ ବି ଜବତ କରାଯାଇଥିବା ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଡ଼କାୟତ ମାନେ ହେଲେ ନିମାପଡା ଥାନା ଅନ୍ତର୍ଗତ ଚଢ଼େଇଗାଁ ର ପ୍ରଭାକର ମଲିକ, ତମ୍ପାଳ ନୁଆଗାଁ ର ଜିତେନ୍ଦ୍ର ଓଝା ଓରଫ ଜିତୁ ଓ ବାଲିପାଟଣା ଥାନା ଅନ୍ତର୍ଗତ ଶିଶୁମଠ ଗ୍ରାମ ର ସତ୍ୟଭାନୁ ବେହେରା । ଫେରାର ହୋଇ ଯାଇଥିବା ଡ଼କାୟତ ମାନେ ହେଲେ ମାଧିବ୍ରହ୍ମପୁର ଗ୍ରାମ ର ଏସ କେ ସାହିଲ ଓ ତୋଟାସାହି ଗ୍ରାମ ର ଲୋଚନ ଭୋଇ। ଗିରଫ ଡ଼କାୟତ ମାନଙ୍କୁ ଆଜି ନିମାପଡା କୋର୍ଟ କୁ ଚାଲାଣ କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ୍ ଆବେଦନ କୁ ଖାରଜ କରି ସେମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦେଇଛନ୍ତି। ଫେରାର ହୋଇ ଯାଇଥିବା ଡ଼କାୟତ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସ ଡି ପି ଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *