ଗୀତାର ଉପଦେଶରେ ଲୁଚି ରହିଛି ଜୀବନରେ ଖୁସି

ଫୋକସ ପ୍ଲସ 28/4/23(ବ୍ୟୁରୋ):

– ପର ଆଲୋଚନା ବ୍ୟକ୍ତିର ସୁଖର ବିନାଶର କାରଣ ଅଟେ l ତେଣୁ ମନୁଷ୍ୟ ପର ଚର୍ଚ୍ଚା ଠାରୁ ଦୂରେଇ ରହିବା ଦ୍ୱାରା ସୁଖ ଲାଭ କରିଥାଏ ଓ ଗୋଟିଏ ସୁଖୀ ଜୀବନ ଅତିବାହିତ କରିଥାଏ l ତେଣୁ ନିଜେ ଯଦି ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟର ଖୁସି କୁ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ l
– ଭଗବାନ ଆପଣଙ୍କୁ ଯେତିକି ଦେଇଛନ୍ତି ସେତିକି ରେ ଖୁସି ରୁହନ୍ତୁ l ଯେଉଁମାନେ ନିଜର ତୁଳନା ଅନ୍ୟ ସହିତ କରନ୍ତି କଦାପି ଖୁସି ରେ ରହି ପାରନ୍ତି ନାହିଁ l ତେଣୁ ସବୁବେଳେ ଅଳ୍ପ ରେ ସନ୍ତୁଷ୍ଟ ହେବା ଶିଖନ୍ତୁ l
– ଅଭିଯୋଗ ମଣିଷ ର ଅଶାନ୍ତି ର କାରଣ ହୋଇଥାଏ ବୋଲି ଗୀତାରେ କୁହାଯାଇଛି l ତେଣୁ ସବୁବେଳେ ଅଳ୍ପ ରେ ସନ୍ତୁଷ୍ଟ ରହିବ ଶିଖନ୍ତୁ l ଅଭିଯୋଗ ଆପଣଙ୍କୁ ଅଶାନ୍ତି ଆଡକୁ ଟାଣି ନେବ ଓ ଜୀବନ ଦୁଃଖମୟ ହୋଇଯିବ l
– କଦାପି ଅତୀତ କୁ ମନେ ପକାନ୍ତୁ ନାହିଁ l କାହିଁକି ନା ମଣିଷ ସର୍ବଦା ବର୍ତମାନ ର କର୍ମ ର ଫଳ ଲାଭ କରିଥାଏ ଯାହା ତାକୁ ଜୀବନ ରେ ସୁଖ ସମୃଦ୍ଧି ପ୍ରଦାନ କରିଥାଏ l ବର୍ତମାନ ହେଉଛି ମଣିଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ l
– ନିଜର ମନର ଶାନ୍ତି ପାଇଁ କଳହ ଠାରୁ ବ୍ୟକ୍ତି ଦୁରେଇ ରହିବା ଆବଶ୍ୟକ l ଯେଉଁ ବ୍ୟକ୍ତି କଳି ଓ କଳହ ରେ ସମ୍ପୃକ୍ତ ରହିଥାଏ ସେ ନିଜର ଶାନ୍ତି କୁ ଭଗ୍ନ କରିଥାଏ l ତେଣୁ ଅଶାନ୍ତି ଠାରୁ ଦୂରେଇ ରହିବ ପାଇଁ ନିଜ ର କ୍ରୋଧ କୁ ନିୟନ୍ତ୍ରଣ କରନ୍ତୁ l

Leave a Reply

Your email address will not be published. Required fields are marked *