ଗୀତା ମୋକ୍ଷ୍ୟ ଉତ୍ସବ ଅନୁଷ୍ଠିତ !

ଗଞ୍ଜାମ: ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗ୍ରାମ ନିକଟସ୍ଥ ଦେଉଳପଲ୍ଲୀ ପଦ୍ମପୋଖରୀ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ସେବା ଆଶ୍ରମ ସ୍ଥାପନ ନିମନ୍ତେ ଭକ୍ତି ବେଦାନ୍ତ ଇଷ୍ଟିଚ୍ୟୁଟ ଆନୁକୁଲ୍ୟରେ ଦ୍ୱିତୀୟ ବର୍ଷରେ ଗୀତା ମୋକ୍ଷ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ,ଏହି ଅବସରରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ,ଗୀତାଯଜ୍ଞ, ଅନ୍ନଯଜ୍ଞ,ଗୀତ କଥାମୃତ ଅନୁଷ୍ଠିତହୋଇଯାଇଛି.ଶ୍ରୀପାଦ ବିଶ୍ଵାଳ ମହାରାଜଙ୍କ ଦ୍ୱାରା ଆୟୋଜିତ ଏହି ଭକ୍ତି ପୀଠରେ ଗୋକୁଳ ଚନ୍ଦ୍ର ଦୋରା କର୍ତ୍ତା ହୋଇ କାର୍ଯ୍ୟ କରିଥିବାବେଳେ , ପଞ୍ଚଭୂତି ସାଗୁଆସାହି, ଗଡ ସାହି,ଚଢିଆପଲ୍ଲୀ, କୁମୁଣ୍ଡି, ଲୁଣି ଢ଼େପ ର ନାମ ଦଳ ଯୋଗଦେଇ ହରିନାମ ପରିବେଷଣ କରୁଛନ୍ତି,ବହୁତ ଭକ୍ତ ଯୋଗଦେଇ ହରି ନାମ ରସ ଶ୍ରବଣ କରିବାସହିତ ଗୀତ ଜ୍ଞାନ ଆହରଣ କରି ଗୋସେବାର ମହତ୍ୱ ବୁଝି କଳିଯୁଗ ର ମହାମନ୍ତ୍ର ହରିନାମ ଜପ କରି ମହାଆନନ୍ଦରେ ପ୍ରସାଦ ସେବନ କରିଥିବାର ଦେଖିବାର ମିଳିଛି. ଏହା ଦ୍ୱାରା ଅଞ୍ଚଳରେ ଭକ୍ତି ଚେତନା ଜାଗ୍ରତ ହେବାସହିତ ଭାଗବତ ନାମ ର ପ୍ରଚାର ହୋଇ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ବୋଲି ଆସୁଥିବା ଭକ୍ତମାନେ କହିଛନ୍ତି.ଏହିକାର୍ଯ୍ୟକ୍ରମକୁ ପ୍ରିୟଦର୍ଶନ ଦାସ, ମହେନ୍ଦ୍ର କୁମାର ପଣ୍ଡା,ପୂର୍ଣଚନ୍ଦ୍ର ସାହୁ, ବଂଶୀଧର ପ୍ରଧାନ,ନନ୍ଦ ନାୟକ, ରିଙ୍କୁ ଖଣ୍ଡାଇ ପରିଚାଳନା କରିଥିବାବେଳେ ପଞ୍ଚଭୂତି ଗ୍ରାମବାସୀ ସହଯୋଗ କରିଛନ୍ତି.!

Leave a Reply

Your email address will not be published. Required fields are marked *