ଗୁଡ଼ ଓ ଘିଅ ଖାଉଛନ୍ତି କି ?

ଫୋକସ ପ୍ଲସ 30/4/23(ବ୍ୟୁରୋ): ଭୋଜନ ପରେ ଗୁଡ ଓ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହାସହ ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
ଗୁଡରେ ଅନେକ ପୋଷକ ତତ୍ତ୍ୱ ସହ ଭିଟାମିନ୍‌ ବି, ଭିଟାମିନ ସି, ଆଇରନ, ମେଗ୍ନେସିୟମ, ପୋଟାସିୟମ ଆଦି ରହିଛି। ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ ଡି ଓ ଭିଟାମିନ ଇ ରହିଛି।
ଗୁଡ ଓ ଘିଅର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଗୁଡ ଓ ଘିଅ ଏକାଠି ଖାଇବା ଦ୍ୱାରା ହରମୋନ ଜନିତ ସମସ୍ୟା ଦୂର ହୋଇଥାଏ।
ଗୁଡ ଓ ଘିଅ ଏକାଠି ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଗୁଡ ଓ ଘିଅ ଏକାଠି ସେବନ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଆବଶ୍ୟକ ଶକ୍ତି ମିଳିଥାଏ।
ସୁସ୍ଥ ଶରୀର ପାଇଁ ଗୁଡ ଓ ଘିଅକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ।

Leave a Reply

Your email address will not be published. Required fields are marked *