ଗୁଣି ଗାର୍ଡି ସନ୍ଦେହ ରେ ନିର୍ବାଚିତ ୱାର୍ଡ ସଭ୍ୟ ଙ୍କୁ ହତ୍ୟା

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଫାଣ୍ଡି ଅଧିନରେ ରହିଥିବା ଆମ୍ପବେଲି ପଂଚାୟତ ର ଚାରି ନମ୍ବର ୱାର୍ଡ ଠାରେ ଏକ ଲୋମ ଟାଙ୍କୁରା ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି l ସୂଚନା ଏହାକି ଆମ୍ପାବେଲି ପଂଚାୟତ ର ଚାରି ନମ୍ବର ୱାର୍ଡର ନବନିର୍ବାଚିତ ୱାର୍ଡ ସଭ୍ୟ ଆଡାରୀ ଲାଚାୟା ଙ୍କୁ ହତ୍ୟା କରି ମାଲୁବାଲସା ଗାଁ ମୁଣ୍ଡରେ ଫିଙ୍ଗିଥିବା ଜଣାପଡିଛି l ସେ ଜଣେ ଗୁଣିଗାର୍ଡି ବ୍ୟକ୍ତି ହୋଇଥିବା ହେତୁ ସେ ଅଞ୍ଚଳର ଲୋକମାନଙ୍କୁ ଧମକ ଚମକ ଦେବା ସଙ୍ଗେ ସଙ୍ଗେ ସଦାସର୍ବଦା ଲୋକଙ୍କୁ ନାନା କଥା କହୁଥିବା ହେତୁ ଅଞ୍ଚଳର କେତେକ ଲୋକ ଅତିଶଷ୍ଟିତ ହୋଇ ହତ୍ୟା କରିଥିବା ଜଣାପଡିଛି l ସୁଙ୍କି ପୋଲିସ ଉକ୍ତ ଖବର ପାଇବା ପରେ ଘଟଣାସ୍ଥଳରେ ଯାଇ ଘଟଣା ଟି କିଭଳି ଘଟିଥିଲା ଏବଂ କେଉଁ ମାନେ ଘୋଟଇଥିଲେ ତାହା ତଦନ୍ତ କରୁଥିବା ଜଣାପଡୁଛି l

 

କୋରାପୁଟ ପଟ୍ଟାଙ୍ଗି ରୁ କୁନା ଖରା ଙ୍କ ରିପୋର୍ଟ ଫୋକ୍ସ ପ୍ଲସ

Leave a Reply

Your email address will not be published. Required fields are marked *