ଗୁଣ୍ଡା ଲଗାଇ ଆକ୍ରମଣ କଲେ କୂଳ ସଭାପତି

ଫୋକସ ପ୍ଲସ(ରଙ୍ଗେଈଲୁଣ୍ଡା): ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ଼ ଗ୍ରାମରେ ଦିର୍ଘଦିନ ଧରି ସାମାଜିକ ବାସିନ୍ଦାର ଶିକାର ହୋଇ ଆସିଛନ୍ତି ଶତାଧିକ ପରିବାର | ଉକ୍ତ ଗ୍ରାମର ଶତାଧିକ ଘର ଦୀର୍ଘ ଦିନ ଧରି ସାମାଜିକ ବାସନ୍ଦ ହୋଇ ଆସିଥିବା କାରଣରୁ ଉକ୍ତ ଗ୍ରାମର ଗ୍ରାମବାସୀ ସାମ୍ବାଦିକ ମାନକୁ ଡକାଇ ପ୍ରତିକ୍ରିୟା ଦେଇ ଅଭିଯୋଗ କରିଛନ୍ତି | ଘଟଣା ସମ୍ପର୍କ ରେ ଜାଣିବା ପାଇଁ ତିନିଜଣ ସାମ୍ବାଦିକ ଦିପକ କୁମାର ସାହୁ,ସଞୟ ବିଶ୍ବାଳ, ରତ୍ନାକର ନାୟକ ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୋଗକାରୀ ଙ୍କ ପ୍ରତିକ୍ରିୟା ନେବାପରେ କୂଳର ସଭାପତି ଏମ.ମେଘନାଦ ଦୋରା ଙ୍କ ନିକଟକୁ ଏରେଣ୍ଡ୍ର ଗ୍ରାମକୁ ଯାଇ ସଭାପତି ଙ୍କ ସହିତ କଥାବାର୍ତ୍ତା ହୋଇଥିଲେ |ସେ ପୁର୍ବତନ ଗ୍ରାମର ସଭାପତିଙ୍କୁ ଡକାଇବି କହି ଭାଲିଆ ଗଡରୁ କୋଡିଏରୁ ଉର୍ଦ୍ଧ୍ବ ଦୁର୍ବୁର୍ତ୍ତ କୁ ଡକାଇ ନିରୀହ ସାମ୍ବାଦିକଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ।

ସେହି ଘଟଣାକୁ ନେଇ ତିନିଜଣ ସାମ୍ବାଦିକ ଗତକାଲି ଏତଲା ଦେବାକୁ ଗୋଳନ୍ଥରା ଥାନାକୁ ଯାଇଥିଲେ | ସେହି ସମୟରେ ବିଜେଡ଼ି ଦଳର ମାଲିସ କର୍ତା ବି.ଦିନବନ୍ଦୁ(ବୃନ୍ଦା) ଓ ଏମ.ମେଘନାଦ ଦୋରା ପହଞ୍ଚି ହାଣିଦେବାକୁ ପୋଲିସ ସାମ୍ନାରେ ମଧ୍ୟ ଧମକ ଦେଇଥିଲେ |ହେଲେ ପୋଲିସ ସାମ୍ନାରେ ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା ପୋଲିସ |ଏଠି ପ୍ରଶ୍ନ ଉଠୁଛି ଥାନା ଭିତରେ ଏତେ ସବୁ ଘଟଣା ଘଟିଥିଲେ ବି ପୋଲିସ ଚୁପ ରହିବାର କାରଣ କଣ ? ପୋଲିସ ସମ୍ମୂଖରେ ସାମ୍ବାଦିକ ଙ୍କୁ ଜୀବନରେ ମାରିବକୁ ଧମକ ଦେବା ସହିତ ଗାଳିଗୁଲଜ ମଧ୍ୟ କରିଥିଲେ l ତେବେ ପୋଲିସ ସବୁ ଜାଣି ଶୁଣି ଚୁପ୍ ରହିବା ବର୍ତମାନ ବୁଦ୍ଧିଯିବି ମହଲରେ ଏକ ପ୍ରକାର ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରିଛି। ତେବେ ଶୁଣାଯାଉଛି ଏ ସମସ୍ତ ଲୋକ ବିଜୁ ଜନତା ଦଳର ହୋଇଥିବାରୁ ଅଦୃଶ୍ୟ ଶକ୍ତି ବଳରେ ସେମାନେ ବଳିୟାନ ହେଉଛନ୍ତି | ଯାହାଫଳରେ ଜଣେ ନିରୀହ ସାମ୍ବାଦିକଙ୍କ ଉପରକୁ ନିର୍ଭୟରେ ଆକ୍ରମଣ କରିବାକୁ ପଛାଉନାହାନ୍ତି l

ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଯଦି ଏଭଳି ଅତ୍ୟାଚାରର ସମୁଖୀନ ହୁଏ ତେବେ ସାଧାରଣ ଲୋକଙ୍କ କଥା ଏଠି କେମିତି ନ୍ୟାୟ ପାଇବେ | ଦୀର୍ଘ ଦିନ ଧରି ବାସନ୍ଦ ଥିବା ପରିବାର କୁ କେବେ ନ୍ୟାୟ ମିଳିବ ତାହା ତ ସମୟ କହିବ କିନ୍ତୁ ଉକ୍ତ ଶହେ ପରିବାର ପାଇଁ ଯେଉଁ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ଯାଇ ମାଡ଼ ଖାଇଲେ ତାଙ୍କୁ ନ୍ୟାୟ କିଏ ଦେବ |ବର୍ତମାନ ଏସପି, ସ୍ଥାନୀୟ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର |

ରଙ୍ଗେଈଲୁଣ୍ଡାରୁ ଦୀପକ କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *