ଗୁରାଣ୍ଡି ଗ୍ରାମରେ ବନ ମହୋତ୍ସବ

ଫୋକସ ପ୍ଲସ (ଖଜୁରୀପଡ଼ା) ୦୨/୦୭/୨୦୨୨: ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ବୃକ୍ଷ ମୂଲ୍ଯବାନ ବୃକ୍ଷ ଏବଂ ଜଙ୍ଗଲଜନ୍ତୁଙ୍କ ଙ୍କ ପାଇଁ ଫଳମୂଳ ବୃକ୍ଷ ଆଦି ରୋପଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ଶହେ ହେକ୍ଟର ଏରିଆରେ ୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ହୋଇଛି। ବିଶେଷକରି ଅଂଳା, କରଂଜ, ବାଲିସିସି,ପାହାଡିସିସି, ପଣଷ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ପ୍ରସ୍ତୁତ କରାଯାଉଛି। କାର୍ଯ୍ୟକ୍ରମରେ ଫୁଲବାଣୀ ବନାଞ୍ଚଳ ରେଂଜର ସଚ୍ଚିଦାନନ୍ଦ ସେଠୀ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁଶ୍ରୀ ଅନିମାଁ କହଁର,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ଦଳପଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକ ଲମ୍ବାବାଡି ୱାର୍ଡସଭ୍ୟା ଶ୍ରୀମତୀ ଅନୁରାଧା ଦିଗାଲ ଏବଂ ସସ୍ମିତା କହଁର ପ୍ରମୁଖ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ।ସେହିପରି ବନ ମହୋତ୍ସବ କାର୍ଯ୍ୟକ୍ରମରେ କାଳିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ମଲିକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମଧ୍ଯ ସାମିଲ୍ ହୋଇଥିଲେ। ବ୍ରୁତଙ୍ଗ (ଉତ୍ତର) ଖେସ୍ରା ଜଙ୍ଗଲରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ଶେଷରେ ବନରକ୍ଷୀ ଗାୟତ୍ରୀ ଗୌଡ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *