ଗୁରୁ ଶିଷ୍ୟଙ୍କ ନିଆରା ସମ୍ପର୍କ

ଫୋକସ ପ୍ଲସ(ସତ୍ୟବାଦୀ): ନିଜ ହାତ ତିଆରି ମାଟି ଚାଳ ଛପର ବିଦ୍ୟାଳୟ ଘର ଏବେ ଇଟା କାନ୍ଥ ଆଜବେଷ୍ଟ ହୋଇ ଛିଡା ହୋଇଛି ପଞ୍ଚ ସଖା ଉଚ୍ଚ ବିଦ୍ୟାଳୟ ସତ କିନ୍ତୁ ପରିବର୍ତନ ହୋଇନି ଶିକ୍ଷା ସଂସ୍କାର ଛାତ୍ରଛାତ୍ରୀ ଙ୍କ ଭକ୍ତି |ବିନା ବେତନ ରେ 7 ବର୍ଷ ପାଠ ପଢାଇ ବ୍ଲକ ଗ୍ରାଣ୍ଡ ରେ ନିଯୁକ୍ତି ପାଇ ଥିବା ଶିକ୍ଷକ ଙ୍କୁ 33 ବର୍ଷ ପରେ ବିଦାୟ ନେଲେ ସମସ୍ତ ଙ୍କର ପ୍ରିୟ କେଶବ ସାର! ଝୁରିଲେ ଛାତ୍ର ଛାତ୍ରୀ. ଝୁରିଲେ ଅଭିଭାବକ ସମେତ ଗାଁ ଲୋକେ |

ଦୀର୍ଘ 33 ବର୍ଷ କାଳ ଶିକ୍ଷା ଦାନ କରିଆସୁଥିଲେ ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚସଖା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କେଶବ ବାରିକ | ବ୍ଲକ ଗ୍ରାଣ୍ଡ ମାଧ୍ୟମ ରେ ନିଯୁକ୍ତି ପାଇ 8.9.10 ମ ପିଲାଙ୍କୁ ପାଠ ପଢାଉ ଥିଲେ ଆରମ୍ଭ ରୁ 7 ବର୍ଷ ପର୍ଯ୍ୟନ୍ତ କୌଣସି ବେତନ ବିନା ପଢାଉ ଥିଲେ ପାଠ |ଆଜି ଯେତେବେଳେ ଅବସର ଦିନ ଆସିଛି ଅଭିମାନ ହେଉ କି ମନର ଦୁଃଖ ବିଦ୍ୟାଳୟ କୁ ଆସୁନଥିଲେ କେଶବ ସାର |ବିଦ୍ୟାଳୟ ଠାରୁ ଏକ କିଲୋମିଟର ଦୂର ରେ ରହୁଥିବା ଶିକ୍ଷକ ଙ୍କ ଘରକୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ସମେତ ସହ ଶିକ୍ଷକ ଚାଲି ଚାଲି ଯାଇ ବେକରେ ଫୁଲ, ପିଢାରେ ପାଦ ଧୋଇ, ପାଛୋଡ଼ି ଆଣିଲେ ଅମୂହ ବିଦ୍ୟାଳୟ ପର୍ଯ୍ୟନ୍ତ | ଏପଟେ ଆଖି ଛଳ ଛଳ କରି ହସି ହସି କହିଛନ୍ତି କାର୍ଯ୍ୟ ରତ ସମୟରେ ମିଳିନଥିଲା ସଠିକ ବେତନ କି ଅବସର ପରେ ମିଳିବ ନାହିଁ କୌଣସି ସରକାରୀ ସହାୟତା ଯାଉଛି ଖାଲି ହାତରେ ସତ କିନ୍ତୁ ସାଥିରେ ନେଇଯାଉଛି ଢେର ସାରା ଭଲ ପାଇବା ସ୍ନେହ ମମତା ଯାହା ଅମୁଲ୍ୟ ମୂଲ୍ୟ ଅଟେ |କିନ୍ତୁ ଆଗାମୀ ପିଢ଼ି ବ୍ଲକ ଗ୍ରାଣ୍ଡ ଶିକ୍ଷକ ଙ୍କ ପାଇଁ ସରକାର କିଛି ନାଁ କିଛି ବ୍ୟବସ୍ଥା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଅବସର ପ୍ରାପ୍ତ ଶିକ୍ଷକ କେଶବ ବାରିକ |

ଦିଆ ଗଲା ସମ୍ବୋଧନା ଆଖ ପାଖ ବିଦ୍ୟାଳୟ ର ଆସିଲେ ଶିକ୍ଷକ ଶିକ୍ଷୟତ୍ରୀ! ପିଲା ମାନଙ୍କ ଗହଣ ରେ ହେଲା ଆଲୋଚନା ଚକ୍ର ଉପହାର ଠାରୁ ଆରମ୍ଭ କରି ମିଳିଲା ଅନେକ ପ୍ରଶଂସା ସତ କିନ୍ତୁ ଅବସର ପରେ ଶିକ୍ଷକ କେଶବ ସାର କରିବେ କଣ କେମିତି ଚଳିବ ପରିବାର ଦୀର୍ଘ 33 ବର୍ଷ କାଳ ପିଲାମାନଙ୍କର ଭବିଷ୍ୟତ ତିଆରି କରିଆସୁଥିବା ଏହି ହସ ହସ ମୁହଁ ମଣିଷ ଟିର ଆଗାମୀ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ | ଅବସର ପରେ ମିଳିବନି ପେନସନ କି ମିଳିବନି ସରକାରୀ ସହାୟତା କେମିତି ଚାଲିବେ ପୁରା ପରିବାର |କୁନିକୁନି କୋମଳମତୀ କଣ୍ଠରେ ସରକାର ଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ଆମ କେଶବ ସାର ଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ ସରକାର |

Leave a Reply

Your email address will not be published. Required fields are marked *