ଗୁହାଳରେ ପଶି ବଳଦ ଶିକାର କଲା ବାଘ

ଫୋକସ ପ୍ଲସ (ନୂଆପଡା)୨୪/୦୭/୨୦୨୨: ନୂଆପଡା ରେ ପୁଣି ବାଘ ଆତଙ୍କ l ଶୁକ୍ରବାର ରାତିରେ ଗୁହାଳ ଭିତରୁ ଗୋଟିଏ ବଳଦ କୁ ଟେକିନେଇ ଖାଇଥିବା ଖବର ସାମନାକୁ ଆସିଛି l ଏପରି ଘଟଣା ଘଟିଛି କୋମନା ରେଞ୍ଜ ଧଉଁରାଭଟା ଗାଁ ରେ l ଗାଁ କୁ ଲାଗିକି ରହିଛି ପାଟି ଡ଼ଙ୍ଗର ଯାହା ସୁନାବେଡା ଅଭୟରଣ୍ୟ ସଂଲଗ୍ନ l ଶୁକ୍ରବାର ରାତିରେ ଧଉଁରାଭଟା ଗାଁ ର ଭୋକୋ ଜଗତଙ୍କ ବଳଦ କୁ ବାଘ ଖାଇଥିବା ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ କୋମନା ବନ ବିଭାଗ କର୍ମଚାରୀ ପାହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଧଉଁରାଭଟା ଓ ଆଖପାଖ ଗାଁରେ ମଧ୍ୟ ବର୍ତ୍ତମାନ ବାଘ ଭୟ ଦେଖା ଦେଇଛି l ବନବିଭାଗ କର୍ମଚାରୀମାନେ ଗାଁ ରେ ପାହଞ୍ଚି ଏକା ଘରୁ ନ ବାହାରିବା ସହ ସନ୍ଧ୍ୟା ହେଲେ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି l ବର୍ତ୍ତମାନ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗାଁ ର ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ନେଇ କୋମନା ବନବିବାଗ ଗାଁ ଗାଁ ବୁଲି ସଚେତନ କରୁଛି l

ନୂଆପଡାରୁ ମହେଶ ବାଗ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *