ଗୋଚର ଜମିରେ ଘର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଫୋକସ ପ୍ଲସ(ବାଲିଆପାଳ)୨୫/୦୮/୨୦୨୨: ସରକାର ଗୋଚର ଜମିକୁ ବିଭିନ୍ନ ଗ୍ରାମରେ ଗୋଚାରଣ ନିମନ୍ତେ ସଂରକ୍ଷଣ ରଖିଥିବା ବେଳେ କିଛି ଅସାଧୁ ତଥା ସମାଜର ବଡ଼ପଣ୍ଡା ମାନେ ନିଜର କ୍ଷମତା ବଳରେ ଗୋଚର ଜମିକୁ ନିଜ ଦଖଲକୁ ନେବା ସହ ସେହି ସ୍ଥାନରେ ପକ୍କାଘର ମଧ୍ୟ କରୁଥିବାର ନଜର ଥିବାବେଳେ ଏପରି ଏକ ଘଟଣା ବାଲିଆପାଳ ତହସିଲ୍ ଅଧୀନ ବଳରାମପୁର ଆର ଆଇ ସର୍କଲରେ ଦେଖିବାକୁ ମିଳିଛି।ବାଲିକୁଟୀ ଗ୍ରାମ ପଞ୍ଚାୟତ ବିଜେଡି ପଞ୍ଚାୟତ ସଭାପତି ପୂର୍ଣଚନ୍ଦ୍ର ସାହୁ ଘର ଛଡା ଗ୍ରାମରେ ଅଟେ l ବାଲିକୁଟୀ ଗ୍ରାମର ମାନ୍ଧାତା ବଜାରରେ ୧୪୮୬ ନମ୍ବର ପ୍ଲଟକୁ ଦୀର୍ଘ ଦିନ ଧରି ଜବରଦଖଲ କରି ଏବେ ସେହି ପ୍ଲଟରେ ସ୍ଥାଇ ପକ୍କାଘର ନିର୍ମାଣ କରୁଥିବା ଗ୍ରାମବାସୀ ଜାଣିପାରି ପ୍ରାୟ ଶତାଧିକ ଗ୍ରାମବାସୀ ଆସି କାର୍ଯ୍ୟଟିକୁ ବନ୍ଦ୍ କରିବାକୁ କହିଥିଲେ।ଫଳରେ ଘଟଣାସ୍ଥଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୁଷ୍ଟି ହେବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ବୁଦ୍ଧିଜୀବୀ ଭଗବାନ ଗିରି, ବଳରାମ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ରେଜେନ୍ଦ୍ର ଧଳଙ୍କ ହସ୍ତକ୍ଷେପ ପରେ ନିର୍ମାଣ କାର୍ଯ୍ୟ ବନ୍ଦ୍ ରହିବାର ନିଷ୍ପତ୍ତି ପରେ ଉତ୍ତେଜନା ଶାନ୍ତ ପଡିଥିଲା। ତେବେ RI ଙ୍କ ଦ୍ଵାରା ମାପଚୁପ ପରେ ସରକାରୀ ଗୋଚର ଜମିକୁ ବାଦ୍ ଦେଇ ନିଜସ୍ଵ ଜମିରେ ପକ୍କାଘର ନିର୍ମାଣ କରିବାର ନିଷ୍ପତି ହୋଇଥିଲା। କିନ୍ତୁ ଏ ବାବଦରେ ତହସିଲଦାର, ଆର ଆଇ, ଜିଲ୍ଲାପାଳ ଓ ସରପଞ୍ଚ ଙ୍କୁ ଅବଗତି କରାଯାଇଥିଲା l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *