ଗୋଚର ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଚି଼ହ୍ନଟ ପକ୍ରିୟାକୁ ଅତିରଞ୍ଜିତ୍ କରୁଛନ୍ତି ସରପଞ୍ଚ,ସରପଞ୍ଚଙ୍କ ଗୁହାରିକୁ ଖଣ୍ଡନ କଲେ ଉପଜିଲ୍ଲାପାଳ ଓ ତହସିଲଦାର ।

କେନ୍ଦୁଝର ୨୧/୦୨/୨୦୨୪: ମିଛୁଆ ସରପଞ୍ଚଙ୍କ ରାଧୁଆ କାହାଣୀକୁ ନେଇ ଏବେ ଚାରି ଆଡେ଼ ଚର୍ଚ୍ଚା।ଲୋକଙ୍କ ଆଗରେ ନିଜର ସମାଜ ସେବା ଓ ସାଧୁତାର ପରିଚୟ ଦେଇ ଏହି ସରପଞ୍ଚ,ରାଜସ୍ଵ ନିରକ୍ଷକଙ୍କଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମରେ ଅତିରଞ୍ଜିତ କରୁଛନ୍ତି। ଗୋଚର ଜମିର ଅଭାବ ଥିବା ବେଳେ ରାଜସ୍ଵ ବିଭାଗ ଅସହଯୋଗ କରୁଥିବା କହି ବଦନାମ କରୁଛନ୍ତି ସରପଞ୍ଚ। ଏହି ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଂଚୋ ପଞ୍ଚାୟତରେ ଭିତ୍ତିଭୂମି ବିକାଶର ଅନୁମୋଦିତ ପ୍ରକଳ୍ପ ନିର୍ମାଣ ପାଇଁ ଗୋଚର ଜମି ଅଭାବ।ଗୋଚର ଜମି ଚି଼ହ୍ନଟ ପକ୍ରିୟାକୁ ସରପଞ୍ଚଙ୍କ ଗୁହାରିକୁ ଖଣ୍ଡନ କଲେ ଆନନ୍ଦପୁର ଉପଜିଲ୍ଲାପାଳ ଓ ତହସିଲଦାର l ସରପଞ୍ଚ ଗୋଚର ଜମିରେ ମିନି ଷ୍ଟାଡିଅମ ଏବଂ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଜମି ଚି଼ହ୍ନଟ ପାଇଁ ଦାବି କରିଥିଲେ l ମିନି ଷ୍ଟାଡିଅମ ନିର୍ମାଣ ପାଇଁ ତହସିଲଦାରଙ୍କୁ ଜମି ମାଗିଥିଲେ, କିନ୍ତୁ ଉକ୍ତ ଜମିଟି ଗୋଚର ଜମି ହୋଇଥିବା ବେଳେ ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ଘଟଣାର ତଦନ୍ତ ଏବଂ ଅନୁଧ୍ୟାନ କରି ହିସାବ ଅନୁଯାଇ ସମ୍ପୃକ୍ତ ଗ୍ରାମ ରେ ମାଇନସ୍ ୮.୨୭୭ ଏକର କମ ଗୋଚର ଜମି ରହିଛି।ଅଧିକ ଥିଲେ ସରକାରଙ୍କ ନିୟମ ଅନୁଯାଇ କିସମ ପରିବର୍ତନ କରାଯାଇ ପାରିବ l ଏପରି ସ୍ଥଳେ ଦାବି କରାଯାଇଥିବା ସ୍ଥାନରେ ଆଇନ ଅନୁଯାୟୀ ଗୋଚର ଜମିରେ ମିନି ଷ୍ଟାଡିଅମ କାର୍ଯ୍ୟ ସମ୍ଭବପର ନୁହେଁ l ଉପ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଅଳ୍ପ ପରିମାଣର ଜମି ଆବଶ୍ୟକ ଥିବାରୁ ତାହା ସମ୍ପୃକ୍ତ ଗ୍ରାମରେ ଥିବା ଅନ୍ୟ କିସମ ଜମିରେ କରାଯାଇ ପାରିବ କିନ୍ତୁ ଗୋଚର ଜମିରେ ନୁହେଁ l ଘଟଣାର ଗୋଚର ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ତହସିଲଦାର ପ୍ରତିକ୍ରିୟା ଦେଇଥିବା ବେଳେ ସରପଞ୍ଚଙ୍କର ଏଭଳି ତହସିଲଦାରଙ୍କୁ ଗୁହାରି କରିବା ଅନୁଚିତ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *