ଗୋପାଳ ସମାଜ ତରଫରୁ ଅସହାୟ ମହିଳା ଙ୍କୁ ଗୋଦାନ

ଫୋକସ ପ୍ଲସ(କାକଟପୁର)୧୩/୦୮/୨୦୨୨: ଶ୍ରୀମଦ ଭାଗବତ ମହାପୁରାଣ,ହରିବଂଶ ପୁରାଣ ଓ ଅନ୍ୟାନ୍ୟ ବେଦ,ପୁରାଣର ଉଲ୍ଲେଖ ଅନୁସାରେ ଯାଦବ (ଗୋପାଳ ବା ଗଉଡ଼) ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶଧର ଏହି ଜାତି (ନାରାୟଣୀ ସେନା)ରେ ଯୁଦ୍ଧ କୌଶଳରେ ନିପୁଣ ଜଣେ ଜଣେ ଲଢୁଆ ଯୋଦ୍ଧା ଥିଲେ ଏବଂ ମହାଭାରତ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଏହି ଜାତି ର ଅନେକ ଗୌରବାନିତ ଇତିହାସ ଆଜି ବି ମନେ ପଡ଼ିଲେ ନିଜକୁ ଗର୍ବିତ ମନେ ହୁଏ ଏଵଂ ଯେଉଁ ଜାତିର ପୁଅ ସାରା ବିଶ୍ବ କୁ ଭଗବତ୍ ଗୀତା ମାଧ୍ୟମ ରେ ଦିବ୍ୟ ଗ୍ୟାନ ଦେଇଥିଲେ କିନ୍ତୁ କାଳ କାର୍ମେ ଏହି ଜାତି ଆଜି କେଉଁଠୀ ନା କେଉଁଠୀ ଏକତା,ଶିକ୍ଷା, ସ୍ବାସ୍ଥ୍ୟ,ଆର୍ଥିକ ପରିସ୍ଥିତି ଠାରୁ ଅବହେଳିତ ହେବା ସହ ପଛେଇ ଯିବାର ପରିଲକ୍ଷିତ ହେଉଛି l ତେଣୁ ଏହି ଜାତିର ଏକତା ଓ ଜାତି ର ବିକାଶ ପାଇଁ ଉତ୍କଳ ଗୋପାଳ ସମାଜ ନାମରେ ଏକ ସଂଗଠନ ଆଗେଇ ଆସିଛି, ଯେଉଁ ସଂଗଠନ ର ମୁଖ୍ୟ ଉଦ୍ଦେଶ୍ୟ ଗୋପାଳ ସମାଜ ର ଏକତା,ଶିକ୍ଷାର ବିକାଶ,ଜାତିର ଭିତ୍ତିଭୂମି ସୁଦୃଢ ହେବା ସହିତ ସ୍ବାସ୍ଥ୍ୟ ର ଉନ୍ନତି ଏବଂ ଜାତିରେ ପୂର୍ବ ରୁ ପ୍ରଚଳିତ ହୋଇଆସୁଥିବା ପରମ୍ପରା ତଥା ଲୋକକଳା ର ପୁନରୁଜ୍ଜୀବିତ କରିବାନେଇ ଉତ୍କଳ ଗୋପାଳ ସମାଜ ସଂକଳ୍ପବଧ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରାଣା ପଞ୍ଚାୟତ ର କଣ୍ଟେଇମୁଣ୍ଡୁଳୀ ଗ୍ରାମରେ ଦାରିଦ୍ର୍ୟ ସୀମାରେଖା ତଳେ ଅତି ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଏକ ଭଉଣୀ ଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ଓ ତାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଉତ୍କଳ ଗୋପାଳ ସମାଜ ତରଫ ରୁ ଗୋ ଦାନ ଭଳି ଏକ ମହାନ୍ କାର୍ଯ୍ୟ କରାଯାଇଅଛି।ଏହି ଅବସର ରେ ଉତ୍କଳ ଗୋପାଳ ସମାଜ ର ଜିଲ୍ଲା ସଭାପତି ଶ୍ରୀ ନକୁଳଚନ୍ଦ୍ର ବେହେରା,ଉପ ସଭପତି ଚିତ୍ତରଞ୍ଜନ ଦାସ, ମୁଖ୍ୟ ଉପଦେଷ୍ଟା ବିଜୟ ବେହେରା,ଉପଦେଷ୍ଟା ଶରତ ବେହେରା, ସଂଯୋଜକ ବାପି ବେହେରା,ସହ ସଂଯୋଜକ ଦୁର୍ଯ୍ୟଧନ ବେହେରା,କୋଷାଧ୍ୟକ୍ଷ ସତ୍ୟବାନ୍ ବେହେରା, କାକଟପୁର ବ୍ଲକ ର ସଂଯୋଜକ ଶିବ ପ୍ରସାଦ ବେହେରା,ଚିନ୍ମୟ ପୋଲେଇ,ଗୋପ ବ୍ଲକ ର ସଭାପତି କୁଞ୍ଜ ବିହାରି ବେହେରା ଉପସଭାପତି ରାମ ବେହେରା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *