ଗୋଷ୍ଠୀ ଶୌଚାଳୟରେ ଝୁଲୁଛିତାଲା

ଫୋକସ ପ୍ଲସ(ବଣାଇଁ): କାମରେ ଆସୁନି କଲ୍ୟାଣି ମଣ୍ଡପ, ବର୍ଷେ ହେଲାଣି ଗୋଷ୍ଠୀ ଶୌଚାଳୟ ରେ ଝୁଲୁଛି ତାଲା |ଵଣାଇଁ ସହର ର ବିଭିନ୍ନ କାମରେ। ଷ୍ଟେଟ ବ୍ୟାଙ୍କ ପଛ ପାର୍ଶ୍ଵରେ ଥିବା କଲ୍ୟାଣି ମଣ୍ଡପ,ଦୀର୍ଘ ୫ବର୍ଷ ହେବ ସାଂସଦ ପାଣ୍ଠିରୁ ନିର୍ମିତ ହୋଇଥିଵା ଏହି କଲ୍ୟାଣି ମଣ୍ଡପ ଜନସାଧାରଣକଂ କାର୍ଯ୍ୟରେ ଲାଗିପାରିଲା ନାହିଁ। ଦୀର୍ଘ ଦିନ ଧରି ଅବ୍ୟବହୃତ ନହୋଇ ପଡିରହିଛି ଫଳରେ ଚାରିପଟେ ଅନାବନା ଗଛଲତା ଉଠି ଜଙ୍ଗଲହୋଇ ଭୂତକୋଠି ଭଳି ଦେଖାଯାଉଛି । ତା ସହିତ ମଣ୍ଡପର ଚତୁଃ ପାର୍ଶ୍ଵ ଏବେ ସ୍ଥାନୀୟ ଦୋକାନୀ କ଼ଂ ଡଷ୍ଟବିନ ସାଜିଛି । କୂଢ କୂଢ ଅଳିଆ ଆବର୍ଜ୍ଜନା ଆଣି ମଣ୍ଡପ ପାଖରେ ଗଦାକରି ଦେବା ଫଳରେ ସମ୍ପୂର୍ଣ୍ଣ ପରିବେଶ ଦୁର୍ଗନ୍ଧ ମଧ୍ୟ ହୋଇ ଉଠୁଛି । ଫଳରେ ସେହି ରାସ୍ତା ଦେଇ ଯିବାଆସିବା କରିବା ସମୟରେ ଅଶ୍ବସ୍ତିକର ମନେହେଉଛି । ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ ହୋଇ ନପାରିବା ଫଳରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି ।

ଯାହାଫଳରେ ସ୍ଥାନୀୟ ବାସିନ୍ଦା ଵିଵାହ, ବ୍ରତଘର, ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଭାବେ ଵଣାଇଁ କଲେଜ ଛକଠାରେ ଦୀର୍ଘ ଦିନ ଧରି ଏକ ଗୋଷ୍ଠୀ ଶୌଚାଳୟ ସମ୍ପୂର୍ଣ୍ଣ ହୋଇ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲେମଧ୍ୟ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ସେବାରେନ ଆସି ସେଠାରେ ତାଲା ଝୁଲୁଛି । ଅନେକ ଗୁଡ଼ିଏ କାମରେ ନେତା କି ସରକାରୀ ଅଧିକାରୀ ହୁଅନ୍ତୁ କେବଳ ଫିତାକାଟି ଉଦଘାଟନ କରିଦେଲାପରେ ତାଙ୍କ କାର୍ଯ୍ୟ ପୁରା ହୋଇଯାଉଛି, କିନ୍ତୁ ଦୁଃଖର ବିଷୟ ପରବର୍ତ୍ତୀ ସମୟରେ ତାହା ଲୋକଙ୍କ କାମରେ ଆସୁଛିକି ନାଁ,ତାହା ଦେଖିବାକୁ ତାଙ୍କପାଖରେ ଆଉ ସମୟ ହେଉନାହିଁ |ଯାହା ଫଳରେ ସେ କାର୍ଯ୍ୟର ଉଦେଶ୍ୟ ପୂରଣ ହୋଇପାରୁନଥିବା ଦେଖିବାକୁ ମିଳୁଛି।

ପ୍ରତ୍ୟେକ ଦିନ ଵଣାଇଁ ସହରକୁ ବିଭିନ୍ନ କାର୍ଯ୍ୟରେ ଦୂର ଦୂରାନ୍ତର ରୁ ଅନେକ ମହିଳା ଆସୁଥିବା ସହିତ, ସ୍ଥାନୀୟ ଜନସାଧାରଣ, ବିଶେଷ ଭାବେ ବଣାଇ ମହାବିଦ୍ୟାଳୟର ଛାତ୍ରୀ ମାନେ ଶୈଚାଳୟ ବନ୍ଦ ରହିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଗୋଷ୍ଠୀ ଶୌଚାଳୟଟି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଦାୟିତ୍ଵରେ ଥିବା ଜଳ,ଓ ପରିମଳ ବିଭାଗର ଯନ୍ତ୍ରୀ ସବୁ ଦେଖି କେତେ ଦିନଚୁପ୍ ରହିବେ , ତାହା କେବଳ ତାକୁଂହିଁ ଜଣା । ତେଣୁ ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ବଣାଇର ଏହିସବୁ ମୂଖ୍ୟ ସମସ୍ୟା ଗୁଡିକୁ ଧ୍ୟାନଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି |

ବଣାଇ ଜିଲ୍ଲାରୁ ଡମ୍ବରୁ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *