ଗୋ ଚାଲାଣ ଧାରା ପଡିଲେ କଣ୍ଟେନର ୨ ସ୍କ୍ରଫିଓ ସହ ୧୧ ଗୋ ଚାଲାଣକାରୀ

ଫୋକସ ପ୍ଲସ ୨୯/୫/୨୨(ସିମୁଳିଆ): 40 ଗୋରୁ 1 କଣ୍ଟେନର 2 ସ୍କ୍ରଫିଓ ଓ 11ଅଟକ l ସିମୁଳିଆ ପୋଲିସ ଗତ ରାତିରେ ବେଆଇନ ଗୋରୁ ଟ୍ରକ ପିଛା କରି 16 ନମ୍ବର ଜାତୀୟ ରାଜପଥ ସୋର ବରଫ କଳ ଠାରୁ ସିମୁଳିଆ ପୋଲିସ ଏକ କଣ୍ଟେନର ଜବତ କରିଛି ଯେଉଁଥିରେ 40 ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିଲା l ଅନ୍ୟ 2 କଣ୍ଟେନର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି l ଗୋରୁ ଗାଡିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କ୍ରଫିଓକୁ ପୋଲିସ ଜବତ କରିଛି l ଏଥିରେ 11 ଜଣଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଛି l ଅମାନୁଷିକ ଭାବରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ ପ୍ରତ୍ୟେହ ରାଜପଥରେ ହେଉଥିବା ବେଳେ ପ୍ରଶାସନ ସେମିତି ଆଖି ଦୃଶିଆ ପଦକ୍ଷେପ ନେଉନଥିବାର ଅଭିଯୋଗ ହେଉଛି |ସିମୁଳିଆରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *