ଗୌରପୁର ପଞ୍ଚାୟତ ରେ ମନରେଗା କାର୍ଯ୍ୟ ଶୁଭାରମ୍ଭ I

କୋରେଇ ବ୍ଲକ ଗୋୖରପୁର ଗ୍ରାମପଞ୍ଚାୟତ ର ନବନିର୍ବାଚି ସରପଞ୍ଚ ,ସମିତିସଭ୍ୟ ଙ୍କ କର କମଳରେ ଆଜି ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଉନ୍ନତିକରଣ ପାଇଁ ଶୁଭ ଦେଇଛନ୍ତି.12 ଲକ୍ଷ ଟଙ୍କାର ଅଟକଳ  ବୟବରାଦ କରାଯାଇଛି.ମନରେଗା ଯୋଜନାରେ ସାହସପୁର ଗ୍ରାମ ଉନୟନ ରାସ୍ତା ଠାରୁ ପାଣାଦିଆ ରାସ୍ତା ର ଉନତିକାରଣ ପାଇଁ 4 ଲକ୍ଷ୍ୟ, ତୁଳସୀପୁର ମହିମା ଅଲେଖ ମାଠର ଉନ୍ନତି ପାଇଁ 4 ଲକ୍ଷ୍ୟ ଓ ତୁଳସୀପୁର ଶନିଶ୍ଚର ମନ୍ଦିର ପରିସର ଉନ୍ନତି ପାଇଁ 4 ଲକ୍ଷ୍ୟ  ଟଙ୍କାର କାର୍ଯ୍ୟ ପାଇଁ ଶୁଭେଚ୍ଛା ଦିଆଯାଇଛି. ଆଜି ଏହି କାର୍ଯ୍ୟକ୍ରମ ରେ ଗୋୖରପୁର ର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ସମିତିସଭ୍ୟ ତଥା କୋରେଇ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ପୂର୍ବତନ ସରପଞ୍ଚ ଅଭିରାମ ବାରିକ,ସରତଚନ୍ଦ୍ର ମହାରଣା,କରୁଣାକର ସ୍ୱାଇଁ, ଅକ୍ଷୟ ସ୍ୱାଇଁ,ନକୁଳ ପଣ୍ଡା, ଶ୍ରୀଧର ବେହେରା, କାହ୍ନୁ ଚରଣ ଦାସ,ଗୋପାଳ ଦାସ, ଦିଲ୍ଲୀପ ଦାସ, ତାପସ ଯେନା ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *