ଗ୍ରାଉଣ୍ଡରେ ଜିଲ୍ଲା ସ୍ତରୀୟ ମେଡିକାଲ ଟିମ,ଏପଟେ ଆଉ ୨ଶିଶୁ ମୃତ୍ୟୁ |

ଫୋକସ ପ୍ଲସ 16/12/2022(ବୋରିଗୁମା): ବୋରିଗୁମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ। ଗ୍ରାଉଣ୍ଡରେ ପହଞ୍ଚଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ତଦନ୍ତ କାରି ଦଳ ।ଏପଟେ ଆଜି ସାମ୍ନାକୁ ଆସିଛି ଡେଙ୍ଗପଦର ପଂଚାୟତ ପଟି ଗାଁର ୨ନବଜାତ ଶିଶୁର ମୃତ୍ୟୁ ଘଟଣା। ବ୍ଲକର ଡେଙ୍ଗପଦର ପଟିଗାଁର ଦୁଇ ଶିଶୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ଭାୟାଭୟ ରୂପ ନେଇ ନାବଜାତ ଶିଶୁ ମୃତ୍ୟୁ 8ରେ ପହଁଚିଛି । ଏପଟେ ତଦନ୍ତକାରୀ ଟିମ ମୃତ୍ୟୁର କାରଣ ଖୋଜୁଥିବା ବେଳେ ନବଜାତ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଉପରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିଥିଲା । ଏପରିକି ସ୍ୱାସ୍ଥ୍ୟ ବିଭାଗର ନିରାଵତାକୁ ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ଏହା ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ ଗଠନ ହୋଇ ଆଜି ବ୍ଲକରେ ପହଞ୍ଚିଥିଲା ଦଳ। ତଦନ୍ତ ପାଇଁ ପ୍ରଥମେ ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ dr ହରପ୍ରସଦ ପାଣିଗ୍ରାହୀଙ୍କ ସହିତ ଆଲୋଚନା ପରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଟିମ ଗ୍ରାଉଣ୍ଡରୁ ତଥ ସଂଗ୍ରହ ପାଇଁ ବାହାରିଥିଲେ। ଟିମରେ ଅପି ଡେମିଓ ଲୋଜିଷ୍ଟି ସୁନିତା ଜେନା CDMO ଡାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ, DHH ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପତ୍ର ରହିଥିଲେ। ବ୍ଲକର 6ଟି ନାବଜାତ ଶିଶୁ ମୃତ୍ୟୁ ଘଟଣା ପାଇଁ ଭିନ୍ନ ଭିନ୍ନ ଗାଁରେ ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଟିମ । ସ୍ୱାସ୍ଥ୍ୟ ଟିମ ମୃତ ନବଜାତ ଶିଶୁ ମାନଙ୍କ ପିତା ମାତାଙ୍କୁ ଭେଟି ଆଲୋଚନା କରିଥିବାବେଳେ ପାନୀୟ ଜଳର ନମୁନା ଏବଂ ବିଭିନ୍ନ ପାରିପାର୍ଶ୍ବିକ ପରିସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି ଦଳ। ମାସକ ମଧ୍ୟରେ 8 ନବଜାତ ଶିଶୁ ମୃତ୍ୟୁକୁ ନେଇ ଏବେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି। ତେବେ କାହିଁକି ଏଭଳି ଶିଶୁ ମୃତ୍ୟୁ ହେଉଛି ତାର ସବିଶେଷ ତଦନ୍ତ ପରେ ଜଣାପଡିବ ବୋଲି CDMO ଡାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ କହିଛନ୍ତି । ସେପଟେ ସଚେତନ ଅଭାବ ଏବଂ ଆଶା କର୍ମୀ ମାନଙ୍କ ଭୁମିକା ତୃଣମୂଳ ସ୍ତରରେ ଗୁରୁତ୍ୱ ଥିବା କହିଛିନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପତ୍ର।

Leave a Reply

Your email address will not be published. Required fields are marked *