ଗ୍ରାମବାସୀଙ୍କ ପାଇଁ ସାତସପନ ପକ୍କା ରାସ୍ତା

ଫୋକସ ପ୍ଲସ (ଦିଗପହଣ୍ଡି)୧୦/୦୭/୨୦୨୨: ନାହିଁ ନାହିଁ ରେ ବୁଡ଼ି ରହିଛି ପାହାଡି ଇଲାକାର ଜନବସତି ଗାଁ।ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଥିବା ବେଳେ ଆଉ ଗୋଟିଏ ପରେ ଓଡ଼ିଶା ସରକାର 5T ର ରୂପାନ୍ତରଣ କଥା କହୁଛନ୍ତି।ଦେଶ ସ୍ବାଧୀନ ହେବାର ଦୀର୍ଘ 75 ବର୍ଷ ବିତି ଯାଇଥିଲେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଟିଏ ହୋଇ ପାରିଲା ନାହିଁ।ଆମେ କହୁଛୁ ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ବ୍ଳକ୍,B. ତୁରୁବୁଡି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆମ୍ବପୁର ଗାଁ ର କଥା।ଏହି ଗାଁ ରେ 40 ଘର ପରିବାର ଭିତରେ ଜନ ସଂଖ୍ୟା ପ୍ରାୟ 200 ଶହରୁ ଅଧିକ ହେବ।ପିଲାଟି ପଞ୍ଚମ ଶ୍ରେଣୀ ପରେ ପ୍ରାୟ 3 କିଲୋମିଟର ଯେଉଁ ମାଟି ରାସ୍ତାରେ ଚାଲି ଚାଲି ଯିବାକୁ ପଡୁଛି ଆଉ କଣ୍ଟା,ଲତା ଓ ସରୀସୃପ କୁ ସାମ୍ନା କରି ଯିବାକୁ ପଡ଼ୁଛି। ଗାଁ ର ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ଅବସ୍ଥାରେ ପଡ଼ି ରହିଛି। ରୋଗୀ କିମ୍ବା ଗର୍ଭବତୀ ମହିଳା ଓ ରୋଗୀଣା ଶିଶୁକୁ ଡାକ୍ତର ଖାନା କୁ ନେବାକୁ ହେଲେ ଖଟିଆ କିମ୍ବା ଝୁଲା କରି ନେବାକୁ ପଡୁଛି। କାରଣ ଆମ୍ବୁଲାନ୍ସ ଗାଡ଼ି ଆମ୍ବ ପୁର ଗାଁ ପାଇଁ ସାତସପନ।କହିବାର ଉଦ୍ଦେଶ୍ୟ ଗାଁ କୁ ପକ୍କା ରାସ୍ତା ନାହିଁ।ତେଣୁ ମୋଟା ମୋଟି ଭାବେ କହିବାକୁ ଗାଁର ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ ଗମନା ଗମନ ଆଦି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ।ତେଣୁ ମୌଳିକ ସମସ୍ୟା କଥା ନ କହିଲେ ଭଲ।ବହୁ ବର୍ଷ ଧରି ପ୍ରଶାସନ କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ ମିଳିଛି।ତେଣୁ ଆମେ ଯେତେବେଳେ ଏହି ଗାଁ ରେ ପହଞ୍ଚିଲୁ ଲୋକଙ୍କ ଭିତରେ ଥିବା ଅଭାବ ତଥା ଉତ୍କଟତା ଓ ଗାଁ ର ମୁଖ୍ୟ ସମସ୍ୟା ବାରି ହୋଇ ପଡ଼ୁଥିଲା।ଆଉ ପ୍ରତିକ୍ରିୟା ନେବାବେଳେ ଯାହା କହୁଥିଲେ ତାହା ଶୁଣିଲେ ଆପଣ ମଧ୍ୟ ନିଶ୍ଚିତ ଭାବେ ସ୍ତବ୍ଦ ହୋଇଯିବେ।ତେଣୁ ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ମାତ୍ରାରେ ଉକ୍ତ ବିଷୟକୁ ଗୁରୁତର ଭାବେ ବିଚାର କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛି?

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *