ଗ୍ରାମ୍ୟ ଜଙ୍ଗଲରେ ଲାଗିଲା ନିଆଁ l

ଫୋକସ ପ୍ଲସ 15/2/23( ନବରଙ୍ଗପୁର):ନବରଙ୍ଗପୁର ବନାଞ୍ଚଳ ଅଧିନସ୍ଥ କୁକୁଡ଼ାବାଇ ନିକଟରେ ଥିବା ୬୦ ଏକରରୁ ଉର୍ଦ୍ଧ ଜଙ୍ଗଲରେ ନିଆଁ ଲାଗିଛି l ଯାହାକୁ ଲିଭାଇବା ପାଇଁ ନବରଙ୍ଗପୁର ବନ ବିଭାଗ ଅପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ନିଆଁର ମାତ୍ରା ଏତେ ପ୍ରୋଖାର ରହିଛିଯେ ତୁରନ୍ତ ଚାରିଆଡେ ବ୍ୟାପିବାରେ ଲାଗିଛି l ଉକ୍ତ ଜଙ୍ଗଲକୁ ଲାଗି ରିଜର୍ଭ ଜଙ୍ଗଲ ଓ ଗ୍ରାମ ଗୁଡିକ ରହିଥିବା ବେଳେ ଯଦି ସେହି ଜଙ୍ଗଲରେ ନିଆଁ ବ୍ୟାପିଯାଏ ତାହେଲେ ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେବ l ଏଥିସହ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଲୋକେ ସଚେତନତା ଅଭାବରୁ ଏଭଳି ନିଆଁ ଲଗାଉଥିବା ସୂଚନା ମିଳୁଛି l ଅନ୍ୟପଟେ ଉକ୍ତ ଜଙ୍ଗଲଟି ଗ୍ରାମ୍ୟ ଜଙ୍ଗଲ କିସମର ହୋଇଥିବା ବେଳେ ତାହା ରେଭେନ୍ୟୁ ବିଭାଗ ଅଧୀନରେ ରହିଥିବା ଅତିରିକ୍ତ ବନଖଣ୍ଡ ଅଧିକାରୀ ଧନୁର୍ଜୟ ମହାପାତ୍ର କହିଛନ୍ତି l କିନ୍ତୁ, ଏତେ ସଂଖ୍ୟକ ଗଛ କାଟିବାକୁ ନବରଙ୍ଗପୁର ବନବିଭାଗ ଅନୁମତି ଦେଇନଥିବା ବେଳେ କିଭଳି ଗଛଗୁଡିକ କଟା ଯାଇଛି, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l ତେବେ, ବର୍ତମାନ ସୁଦ୍ଧା ନିଆଁ କୁ ଆୟତ୍ତ କରାଯାଇନଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *