ଗ୍ରାମ ବାସୀଙ୍କୁ ଭରସା ବାଉଁଶ ପୋଲ ।

ଗଞ୍ଜାମ14/11/2023; ଗ୍ରାମବାସୀଙ୍କ ପାଇଁ ବାଉଁଶ ପୋଲ ପାଲଟିଛି ଭରସା । ଶୁଣୁନି ପ୍ରଶାସନ ବିରୋଧ ପାଇଁ ସଜବାଜ ହେଲେଣି ଗାଁ ଲୋକେ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ ପଙ୍କଳବାଡି ପଞ୍ଚାୟତ ର ଚଣ୍ଡୀ ରାମଚନ୍ଦ୍ର ପୁର ଗାଁରେ ରେ ଗମନା ଗମନ ପାଇଁ ପ୍ରତିବର୍ଷ ଲୋକେ ବାଉଁଶ ଏକାଠି କରି ବାଘୁଆ ନଦୀ ଉପରେ ପୋଲ ବାନ୍ଧିଥାନ୍ତି। ଆଉ ତାରି ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଛୋଟ ରୁ ବଡ଼ ସମସ୍ତେ। ନଦୀ ଆରପଟେ ବିଦ୍ୟାଳୟ ଠାରୁ ଆରମ୍ଭ କରି ମେଡିକାଲ,ବଜାର, ଜମି ଓ ମନ୍ଦିର ସବୁ ରହିଛି। ଯାହାପାଇଁ ସମସ୍ତେ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ସେହି ପୋଲ ଉପରେ ଯିବା ଆସିବା କରୁଛନ୍ତି । ବାଘୁଆ ନଦୀ ଉପରେ ଛଅ ମାସ ଯାଏଁ ପୋଲ ରୁହେ ହେଲେ ପୋଲ ଭାସି ଯିବା ପରେ ପ୍ରଭାବିତ ହୁଅନ୍ତି ଲୋକେ। ଏହି ସମସ୍ୟା ନେଇ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଙ୍କୁ ଗୁହାରି କରି ନିରାଶ ହୋଇ ପଡିଛନ୍ତି ଗାଁ ର ଲୋକମାନେ ହେଲେ ଏ ଯାଏଁ କୌଣସି ସମସ୍ୟା ର ସମାଧାନ ହୋଇପାରିନି। କେବଳ ନିର୍ବାଚନ ସମୟରେ ପ୍ରତିଶୃତି ମିଳିଥାଏ ଗ୍ରାମବାସୀଙ୍କୁ,ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *