ଫୋକସ ପ୍ଲସ(କୋଇଡା)୧୭/୦୮/୨୦୨୨: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଠାରେ ଥିବା ଭାରତ ସରକାରଙ୍କ ଇଣ୍ଡିଆ ପୋଷ୍ଟ ଅଫିସ ରେ ଗ୍ରାହକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆସିଛି। ଅଭିଯୋଗକାରି ଙ୍କ କହିବା କଥା ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ହେବ ଆମର RD ଓ ଜମା ଖାତା ଏହି କାର୍ଯ୍ୟଳୟର କର୍ମଚାରୀ ସେମାନଙ୍କ ଠାରୁ ନେଇଥିଲେ ଓ ଯେତେବଳେ ଆମେ ଏ ନେଇ ପଚାରିଥିଲୁ ଯେ ଏ ଖାତା ସବୁ କାହିଁକି ନେଉଛନ୍ତି କିନ୍ତୁ ଅଫିସ କର୍ମଚାରୀ କଛି ନ କହି ଖାତା ଫେରସ୍ତ ହେଇଯିବ ବୋଲି କହିଥିଲେ । ହେଲେ ଦୀର୍ଘ ଚାରି ବର୍ଷ ହେଲା ସେମାନଙ୍କୁ ତାଙ୍କ ଖାତା ମିଳୁନାହିଁ କି ସେମାନଙ୍କ ଖାତାରେ ଟଙ୍କା ଭରି ପାରୁନାହାଁନ୍ତି କିମ୍ବା ଉଠାଇ ପାରୁନାହାନ୍ତି। ସେହିଭଳି କିଛି ଗ୍ରାହକଙ୍କର RD ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ଖାତା ନ ଫେରାଇବାରୁ ଉକ୍ତ ଗ୍ରାହକ ପଇସା ଉଠାଇ ପାରୁନାହାନ୍ତି । ଶୁଣନ୍ତୁ ଏ ନେ଼ଇ କଣ କହୁଛନ୍ତି ଗ୍ରାହକ।
କୋଇଡା ରୁ ନଗେସ ଚନ୍ଦ୍ର ପାଢୀଙ୍କ ରିପୋର୍ଟ ଫୋକସ ପ୍ଲସ |